Only for Entertainment

ପରିବାର ସହ ‘ଦ ଲାୟନ କିଙ୍ଗ’ ସ୍କ୍ରିନିଂରେ ପହଂଚିଲେ ଶାହରୁଖ, ସର୍ଟ ଡ୍ରେସ ନଜର ଆସିଲା ସୁହାନାଙ୍କ ଷ୍ଟନିଂ ଲୁକ !

28

ବଲିଉଡ ଅଭିନେତା ଶାହରୁଖ ଖାନ ନିଜ ପରିବାର ସହ ଅନେକ ଥର ସମୟ କାଟୁଥିବାର ସ୍ପଟ ହୋଇଛନ୍ତି । ମଙ୍ଗଳବାର ରାତି ଶାହରୁଖ ପରିବାର ସହ ‘ଦ ଲାୟନ କିଂ’ସ୍କ୍ରିନିଂରେ ପହଂଚିଥିଲେ । ଏହି ମଉକାରେ ତାଙ୍କ ପତ୍ନୀ ଗୌରୀ ଖାନ, ପୁଅ ଆର‌୍ୟନ , ଝିଅ ସୁହାନା ଏବଂ ସବୁଠାରୁ ସାନ ପୁଅ ଅବରାମ ମଧ୍ୟ ନଜର ଆସିଥିଲେ ।

ସ୍କ୍ରିନିଂରେ ଗୌରୀ ଖାନଙ୍କର ମଧ୍ୟ ଷ୍ଟାଇଲିସ ଅନ୍ଦାଜ ଦେଖିବାକୁ ମିଳିଥିଲା । ଖାନ ପରିବାରଙ୍କ ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

ଏହି ସ୍କ୍ରିନିଂରେ ଶାହରୁଖଙ୍କ ଲାଡଲୀ ସୁହାନା ଫ୍ଲୋରଲ ସାର୍ଟ ପିନ୍ଧି ବୋଲ୍ଡ ଲୁକରେ ନଜର ଆସିଥିଲେ ।

 

ଫିଲ୍ମ ‘ଦ ଲାୟନ କିଙ୍ଗ’ବିଷୟରେ କହିବାକୁ ଗଲେ ଏଥିରେ ଶାହରୁଖ ଏବଂ ଆର‌୍ୟନ ଖାନ ନିଜର ସ୍ୱର ଦେଇଛନ୍ତି । ଫିଲ୍ମର ଟିଜରରେ ଶାହରୁଖ ଏବଂ ଆର‌୍ୟନଙ୍କ ସ୍ୱର ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଯେ କେହି ବି ଶୁଣିଥିଲେ ତାଙ୍କୁ ଆର‌୍ୟନଙ୍କ କଣ୍ଠ ଶାହରୁଖଙ୍କ ଭଳି ଲାଗିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ହିନ୍ଦୀ ଭର୍ସନ ମୁଫାସା(ଫାଦର ଲାୟନ)ର ସ୍ୱର କିଂ ଖାନ ଦେଇଛନ୍ତି ଏବଂ ସିମ୍ବାର ସ୍ୱର ଆର‌୍ୟନ ଦେଇଛନ୍ତି । ଶାହରୁଖଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତାଙ୍କ ଫିଲ୍ମ ଜିରୋ ପୁର୍ବ ବର୍ଷ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ କ୍ୟାଟରୀନା ଏବଂ ଅନୁଷ୍କା ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରି ପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More