Only for Entertainment

ଶାହରୁଖଙ୍କ ପାଖରେ ନଜର ଆସିବ ସୁପର ପାୱର, ଏହି ଫିଲ୍ମରେ ମଚାଇବେ ଧମାଲ !

93

ବଲିଉଡ ସୁପରଷ୍ଟାର କିଙ୍ଗ୍ ଖାନଙ୍କ ନୂଆ ଅବତାର । ଶାହାରୁଖ “ଅକ୍ଟୋପସ ଲାଇକ କ୍ରିଏଚର” ଫିଲ୍ମରେ ଅକ୍ଟୋପସ ସୁପରହିରୋ ଭୁମିକାରେ ନଜର ଆସିବେ । ନିର୍ଦ୍ଦେଶକ ସଂସ୍କାର ଏକ ନୂଆ ଧରଣର ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ପ୍ରଥମରୁ ସୂଚନା ମିଳିଥିଲା ଯେ, ଏହି ଫିଲ୍ମରେ ହ୍ରିର୍ତିକ ରୋଶନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ, କିନ୍ତୁ ହ୍ରିର୍ତିକ ନିଜ ତରଫରୁ ଇଚ୍ଛା ପ୍ରକାଶ କରିନଥିବାରୁ ଏହି ଫିଲ୍ମରେ କିଙ୍ଗ ଖାନଙ୍କୁ ସୁଯୋଗ ମିଳିଛି ।

ଏହି ଫିଲ୍ମରେ ଶାହାରୁଖଙ୍କ ଅଭିନୟ ଅତ୍ୟଧିକ ରୋମାନଂଚକର ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଫିଲ୍ମରେ ଖାନ ଅକ୍ଟୋପସ ପରି ନୂଆ ଲୁକରେ ନଜର ଆସିବେ । ଶେଷଥର ପାଇଁ କିଙ୍ଗ ଖାନଙ୍କୁ ଡିସେମ୍ବରରେ ଆସିଥିବା ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କୁ ଏତେମାତ୍ରାରେ ସଫଳତା ମିଳି ପାରିନଥିଲା । ତେବେ ତାଙ୍କର ଆଗାମୀ ଫିଲ୍ମ ସୁପରହିଟ ଫିଲ୍ମ ହେବ ବୋଲି ଆଶା ରଖିଛନ୍ତି କିଙ୍ଗ ଖାନ । ନିର୍ଦ୍ଦେଶକ ଏସ୍. ସଂସକାରଙ୍କ ୨.୦ ଫିଲ୍ମ ପରେ ଏହା ଏକ ବିଗ୍ବଜେଟର ଫିଲ୍ମ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More