ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ବବ ବିଶ୍ୱାସ’ସହ ଯୋଡି ହେବେ କିଙ୍ଗ ଖାନ !
ଅଭିନେତା ଶାହରୁଖ ଖାନଙ୍କ ଫ୍ୟାନ୍ସଙ୍କୁ ତାଙ୍କ ଫିଲ୍ମ ବିଷୟରେ ଜାଣିବା ପାଇଁ ଖୁବ ଅପେକ୍ଷା କରିବାକୁ ପଡେ , କିନ୍ତୁ ଜଣେ ପ୍ରଡ୍ୟୁସର ରୁପରେ ନିଜ ନୂଆ ପ୍ରୋଜେକ୍ଟ ପାଇଁ ଆମକୁ ସବୁବେଳେ ଉତ୍ସାହିତ କରିଥାଆନ୍ତି । ଚଳିତ ବର୍ଷ ସେ ଦୁଇଟି ଶାନଦାର ପ୍ରୋଜେକ୍ଟରେ ପ୍ରଯୋଜନା ଭାର ତୁଲାଇଛନ୍ତି । ପ୍ରଥମେ ‘ବଦଲା’ ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ଥିଲେ ଏବଂ ଅନ୍ୟଟି ନେଟଫ୍ଲିକ୍ସରେ ପ୍ରସାରିତ ‘ବାର୍ଡ ଅଫ ବ୍ଲଡ’, ଯେଉଁଥିରେ ଇମରାନ ହାଶମୀଙ୍କ ସହ ଶାହରୁଖ ଖାନ କାମିଓ ଭୁମିକାରେ ନଜର ଆସିଥିଲେ ।
ନିକଟରେ ସୁପରଷ୍ଟାର ନିଜ ଆଗାମୀ ପ୍ରଡକ୍ସନ ବେଂଚରର ଘୋଷଣା କରିଛନ୍ତି , ଯେଉଁଥିରେ ଅଭିଷେକ ବଚ୍ଚନ ତାଙ୍କ ସହ ସାମିଲ ହେବେ । ଶାହରୁଖ ଏବଂ ତାଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜ ଏଂଟରଟେନମେଂଟ ନିଜ ଟ୍ୱିଟର ଅକାଉଂଟରେ ଏହି ଖବର ଶେୟାର କରିଛନ୍ତି । ଅଭିଷେକ ‘ବବ ବିଶ୍ୱାସ’ନାମରେ ଏକ ଫିଲ୍ମରେ ନଜର ଆସିବେ, ଯାହାକୁ ଦିୟା ଅନ୍ନପୂର୍ଣ୍ଣା ଘୋଷ ନିର୍ଦ୍ଦେଶନା କରିବେ ଏବଂ ଶାହରୁଖଙ୍କ ବ୍ୟତୀତ ସୁଜୟ ଘୋଷ ମଧ୍ୟ ଏହାର ପ୍ରଯୋଜନା ଭାର ତୁଲାଇବେ ।
#BobBiswas is coming to ‘kill it!’
Happy to associate with Bound Script Production to bring #BobBiswas, played by @juniorbachchan and directed by Diya Annapurna Ghosh. @RedChilliesEnt @gaurikhan @sujoy_g @_GauravVerma https://t.co/uUgNPGJzws— Shah Rukh Khan (@iamsrk) November 25, 2019
ଏହି ରୋମାଂଚଭରା ପ୍ରୋଜେକ୍ଟ ବିଷୟରେ ଆଉ ଅଧିକ ଜାଣିବା ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ । ଏହି ପ୍ରୋଜେକ୍ଟ ଏସଆରକେ ଏବଂ ସୁଜୟ ଘୋଷଙ୍କ ସହ ଦ୍ୱିତୀୟ ପ୍ରୋଜେକ୍ଟ ରହିବ । ‘ବବ ବିଶ୍ୱାସ’ବ୍ୟତୀତ ଅଭିଷେକ ବଚ୍ଚନଙ୍କ ପାଖରେ ଅନୁରାଗ ବାସୁଙ୍କ ଅନଟାଇଟଲ୍ଡ ଫିଲ୍ମ ମଧ୍ୟ ରହିଛି । ଯେଉଁଥିରେ ରାଜକୁମାର ରାଓ, ଫାତିମା ସନା ଶେଖ, ଆଦିତ୍ୟ ରୟ କପୂର, ସାନ୍ୟା ମଲହୋତ୍ରା ଏବଂ ପଙ୍କଜ ତ୍ରିପାଠୀ ନଜର ଆସିବେ ।