Only for Entertainment

କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିପାରନ୍ତି ଶାହାରୁଖଙ୍କ ଲାଡଲୀ

YouTube
0 48

ସୋସିଆଲ ମିଡିଆରେ ଶାହାରୁଖଙ୍କ ଝିଅ ସୁହାନାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ଅଛନ୍ତି । ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ସୁହାନା କେବେ ବଲିଉଡ ଡେବ୍ୟୁ କରିବେ ତାହାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ସୁହାନାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ସେ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାହା ପୁଣି କରଣ ଜୋହରଙ୍କ ଫିଲ୍ମରେ ।

suhana1

ଖବର ଅନୁସାରେ ସୁହାନାଙ୍କ ମା’ ଗୈାରୀ ଖାନ ଝିଅର ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ସେହିପରି ଅନ୍ୟ ପକ୍ଷରେ ଶାହାରୁଖ ମଧ୍ୟ ଝିଅ ସୁହାନାଙ୍କ ବଲିଉଡ ଡେବ୍ୟୁକୁ ନେଇ ଗ୍ରୀନ ସିଗନାଲ ଦେଇସାରିଛନ୍ତି । ଶାହାରୁଖ କହିଛନ୍ତି ସୁହାନାଙ୍କ ପଢା ପୂରା ହେବା ପରେ ସେ ତାଙ୍କୁ ବଲିଉଡରେ ଲଂଚ କରିବେ ।

suhana-khan

ସୂଚନା ଅନୁସାରେ ଶ୍ରୀଦେବୀଙ୍କ ଝିଅ ଜାହ୍ମବୀ କପୁର ଏବଂ ସୈଫଙ୍କ ଝିଅ ସାରାଙ୍କ ପରି ସୁହାନାଙ୍କ ପାଇଁ ମଧ୍ୟ କରଣ ଏକ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଛନ୍ତି । ସୁହାନାଙ୍କ ପଢା ପୁରା ହେବା ପରେ କରଣ ଏହି ଫିଲ୍ମ ବିଷୟରେ ଆନାଉନ୍ସ କରିବେ ।

ତେବେ ଏହି ଖବର ଯଦି ସତ ହୁଏ ତା’ହେଲେ ବଲିଉଡରେ ଆଉ ଜଣେ ଷ୍ଟାର କିଡଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More