Only for Entertainment

ଏହି ଅଭିନେତାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା, ଫଟୋ ସେୟାର କରି କଲେ ଖୁଲାସା…

50

 

ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ତନୟା ସୁହାନା ଖାନ୍‌ଙ୍କ ନାଁ ମଧ୍ୟ ରହିଛି । ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ଡେବ୍ୟୁ କରି ସାରିଥିବା ବେଳେ ଏବେ ସୁହାନାଙ୍କ ଡେବ୍ୟୁ ପାଇଁ ସମସ୍ତଙ୍କ ଅପେକ୍ଷା । ତେବେ ଏ ମଧ୍ୟରେ ସୁହାନା କାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବିଷୟରେ ଜଣା ପଡ଼ିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୁହାନା ଯାହାକୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସେ ବଲିଉଡ୍‌ କଳାକାର ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି। 

Suhana

ସୂଚନା ମୁତାବକ, ସୁହାନା ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ‘ଆସ୍‌କ ମି ଏନିଥିଙ୍ଗ୍‌’ ରଖିବା ପରେ ତାଙ୍କୁ ତାଙ୍କ ପ୍ରଶଂସକ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ । ଏ ମଧ୍ୟରେ ଜଣେ, ସେ କାହାକୁ ଡେଟ୍‌ କରିବାକୁ ଚାହାନ୍ତି ବୋଲି ପଚାରିବା ପରେ ସୁହାନା ନିଜ ମନର ରାଜକୁମାରଙ୍କ ଫଟୋ ସେୟାର କରି ମୁଁ ୟାଙ୍କୁ ଡେଟ୍‌ କରିବାକୁ ଚାହେଁ ବୋଲି ଲେଖିଥିଲେ । ସେ ଯାହାଙ୍କ ଫଟୋ ସେୟାର କରିଥିଲେ ସେ ଥିଲେ ସାଉଥ୍‌ କୋରିୟାନ୍‌ କଣ୍ଠଶିଳ୍ପୀ-ଅଭିନେତା କିମ୍‌ ଜୁନ୍‌-ମାଇୟୋନ୍‌ । ସୁହାନାଙ୍କ ଏଭଳି ଖୁଲାସା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More