Only for Entertainment

ସାମ୍ନାକୁ ଆସିଲା ଶକ୍ତି କପୁରଙ୍କ ଅଡିିଓ କ୍ଲିପ୍‌ : #ମି ଠୁ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପିଲ କଲେ ଶକ୍ତି କପୁର

youtube
44

ମି ଠୁ ଅଭିଯାନ ଏବେ ସବୁ କ୍ଷେତ୍ରର ଲୋକମାନଙ୍କୁ ଦୋହଲାଇ ଦେଇଛି । ସମସ୍ତଙ୍କ ଅସଲ ମୁଖା ସାମ୍ନାକୁ ଆସୁଥିବା ବେଳେ କିଛି ମହିଳା ମିଥ୍ୟା ଆରୋପ ଲଗାଉଥିବା ମଧ୍ୟ ପ୍ରମାଣ ହୋଇଛି । ଲେଖକ ଚେତନ ଭଗତଙ୍କ ଉପରେ ଇରା ତ୍ରୀବେଦି ନାମକ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିବା ବେଳେ ଏହାକୁ ମିଛ ବୋଲି ପ୍ରମାଣ କରିଛନ୍ତି ଚେତନ ଭଗତ । ୨୦୧୩ର ଏକ ମେସେଜ୍‌ ସେ ଟୁଇଟ୍‌ କରି ଇରାଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । #ମି ଠୁ ଅଭିଯାନ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ବେଳେ କିଛି ଲୋକ ଏହାକୁ ଭୁଲ ବାଟରେ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି । ସେ ନେଇ ଏବେ ଅଭିନେତା ଶକ୍ତି କପୁର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଡ଼ିଓ କ୍ଲିପ୍‌ ପଠାଇ ଏକ ଅପିଲ କରିିଥିବା ଦେଖା ଯାଇଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଅଡ଼ିଓ କ୍ଲିପ୍‌ରେ ଶକ୍ତି କପୁର #ମି ଠୁ ଅଭିଯାନ ଉପରେ ପ୍ରଶ୍ନ ଉଠାଇଥିବା ଜଣା ପଡ଼ିଛି ।

ଏହି ଅଡ଼ିଓ କ୍ଲିପ୍‌ରେ ସେ କହିଛନ୍ତି, “#ମି ଠୁ ଅଭିଯାନ ମାଧ୍ୟମରେ ୭୦ପ୍ରତିଶତ ମହିଳା ବ୍ଲାକ୍‌ମେଲ କରୁଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଆରୋପ ଲଗା ଯାଉଛି । ତେବେ ସେ ବ୍ୟକ୍ତିଙ୍କ ନାମ ସର୍ବସାଧାରଣ କରିବା ଠିକ୍‌ ନୁହେଁ । କୋର୍ଟ ଦ୍ୱାରା ଅଭିଯୁକ୍ତ ଦୋଷୀ ପ୍ରମାଣ ହେବା ପରେ ହିଁ ଅଭିଯୁକ୍ତର ନାମ ସାର୍ବଜନିକ କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କ ଉପରେ ଏଭଳି ଆରୋପ ଲଗାଯାଉଛି । ତାହା ସତ କି ମିଛ ଜଣା ନ ପଡ଼ିବା ପୂର୍ବରୁ ସେମାନଙ୍କ କ୍ୟାରିୟର ଶେଷ ହୋଇ ଯାଉଛି । ଆରୋପ ଲାଗିବା ପରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି । ସାଜିଦ୍‌ ଖାନ୍‌ଙ୍କୁ ଫିଲ୍ମରୁ ବାହାର କରି ଦିଆଗଲା । ରିତିକ୍‌ ଏବଂ ଅମିତାଭ ବଚ୍ଚନଙ୍କ ଭଳି ନାଁ ମଧ୍ୟ ଏଥିରେ ସାମିଲ ହୋଇଛି । କାଲିକୁ ମୋଦିଙ୍କ ନାମ ବି ଏଥିରେ ସାମିଲ ହୋଇ ପାରେ।” ଏହି ଅଡ଼ିଓ କ୍ଲିପ୍‌ ଜରିଆରେ ସେ ମୋଦିଙ୍କୁ ଏଭଳି ସମସ୍ୟାର ସମାଧାନ ପାଇଁ କିଛି ଆଇନ୍‌ ତିଆରି କରିବା ପାଇଁ ଅପିଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More