Only for Entertainment

ଝିଅ ଶ୍ରଦ୍ଧା କପୁରଙ୍କ ବିବାହ ଖବରକୁ ନେଇ ମୁହଁ ଖୋଲିଲେ ଶକ୍ତି କପୁର, କହିଲେ ‘ବିବାହରେ ମୋତେ ମଧ୍ୟ ଡାକିବ…’

SpotboyE
113

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର କଥିତ ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଠାଙ୍କ ସହିତ ଆଗାମୀ ବର୍ଷ ବିବହ କରିବା ଖବର ଏବେ ଚର୍ଚ୍ଚାରେ ରହିଛି । ଦୁହେଁ ବିବାହ ପାଇଁ ପ୍ଲାନିଂ ଆରମ୍ଭ କରିଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି । କୁହାଯାଉଛି ଯେ, ଶ୍ରଦ୍ଧା ଏବଂ ରୋହନ ଲମ୍ବା ସମୟରୁ ପରସ୍ପରକୁ ଡେଟ କରୁଛନ୍ତି ଏବଂ ଏହି ସମ୍ପର୍କକୁ ଆଉ ଏକ ସ୍ତର ଉପରକୁ ନେବା ପାଇଁ ଚାହୁଁଛନ୍ତି । କିନ୍ତୁ ଏହି ଖବର ଶ୍ରଦ୍ଧା କପୁରଙ୍କ ପିତା ଶକ୍ତି କପୁର ଆଉ କିଛି କହୁଛନ୍ତି ।

sharddha

ଶ୍ରଦ୍ଧା କପୁରଙ୍କ ବିବାହ ଖବର ଚରିଆଡେ ପ୍ରଚାରିତ ହେବା ପରେ ଆଇଏଏନଏସ ଶକ୍ତି କପୁରଙ୍କୁ ଏହି ବିଷୟରେ ପଚାରିଥିଲେ । “ଶକ୍ତି କପୁର ହସରେ ଉଡେଇଦେଇ କହିଥିଲେ, ଆଚ୍ଛା ମୋ ଝିଅ ବିବାହ କରୁଛି । ମୋତେ ବିବାହକୁ ଡାକିବାକୁ ଭୁଲିବେ ନାହିଁ । ମୋତେ କହିବେ ସେ କେଉଁଛି ବିବାହ କରୁଛି, ମୁଁ ପହଁଚିଯିବି । ମୁଁ ତାର ପିତା ମୋତେ ଏପର୍ଯ୍ୟନ୍ତ ଜଣା ନାହିଁ ବିବାହ ବିଷୟରେ ।”

ଶ୍ରଦ୍ଧାଙ୍କ ପ୍ରେଫେସନାଲ ଲାଇଫ ବିଷୟରେ କହିବାକୁ ଗଲେ ଏବେ ସେ ନିଜର ଆଗାମୀ ବିଗ ବଜେଟ ଫିଲ୍ମ ‘ସାହୋ’ର ରିଲିଜ ପାଇଁ ପ୍ରସ୍ତୁତି ଚଳାଉଛନ୍ତି । ଫିଲ୍ମରେ ଶ୍ରଦ୍ଧାଙ୍କ ଅପୋଜିଟରେ ସାଉଥ ସୁପରଷ୍ଟାର ପ୍ରଭାସ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More