Only for Entertainment

ବଲିଉଡରେ ଡେବ୍ୟୁ କରିବେ ଶକ୍ତି ମୋହନ, ବରୁଣଙ୍କ ସହିତ ନଜର ଆସିବ କେମେଷ୍ଟ୍ରି ।

bollywood tadka
32

ଚର୍ଚ୍ଚାରେ ରହିଛି ବଲିଉଡ ଆକ୍ଟର ବରୁଣ ଧାୱନଙ୍କ ଅପକମିଂ ଫିଲ୍ମ ଏବିସିଡି ଥ୍ରି । ବରୁଣଙ୍କ ଅପୋଜିଟରେ ଡ୍ୟାନ୍ସର ଜଲୱା ଦେଖାଇବେ ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହି ମଧ୍ୟରେ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଖବର । ଖବର ମୁତାବକ ଫିଲ୍ମରେ ଶ୍ରଦ୍ଧା ଏବଂ ବରୁଣଙ୍କ ବ୍ୟତୀତ ନଜର ଆସିବେ ଶକ୍ତି ମୋହନ । ଯାହା ଶକ୍ତିଙ୍କର ପ୍ରଥମ ଫିଲ୍ମ । ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା କହିଛନ୍ତି ଶକ୍ତି । ତେବେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହୋଇଯିବ ଏବଂ ଏହାର ପ୍ରଥମ ସିଡ୍ୟୁଲ ଲଣ୍ଡନରେ ସୁଟିଂ ହେବ ।


ଫିଲ୍ମ ରେମୋ ଡିସୁଜାଙ୍କ ଆଗାମୀ ଫିଲ୍ମ ଏବିସିଡି ଟୁ ଠାରୁ ସଂପୂର୍ଣ୍ଣ ଭିନ୍ନ । ଫିଲ୍ମ ୮ ନଭେମ୍ବର ୨୦୧୯ରେ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

କହିରୁଛୁଯେ ଶକ୍ତି ମୋହନ ପ୍ରଥମେ ଡିଆଇଡି ରିଆଲିଟି ଶୋ’ରେ ନଜର ଆସିଥିଲେ । ଯେଉଁଥିରେ ସେ ବିଜୟିନୀ ମଧ୍ୟ ହୋଇଥିଲେ । ସେହି ପରଠାରୁ ଆରମ୍ଭ ହେଲା ଶକ୍ତିଙ୍କ ଜୀବନର ନୂଆ ରାସ୍ତା । ଯଦିଓ ଏହି ଫିଲ୍ମକୁ ଶକ୍ତିଙ୍କ ଡେବ୍ୟୁ ଫିଲ୍ମ କୁହାଯାଉଛି ତଥାପି ଆମେ ଆପଣଙ୍କୁ କହିରଖୁଛୁଯେ ସେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରାଓଡ଼ି ରାଠୋରରେ ଆଇଟମ ସଙ୍ଗରେ ନଜର ଆସିଥିଲେ ଶକ୍ତି । ଏବେ ଷ୍ଟାରପ୍ଲସର ଏକ ରିଆଲିଟି ଶୋ’ରେ ଶକ୍ତି ଜଜ ଭାବରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More