ଅନ୍ୟ ଠାରୁ ମାଗି ଆଣିଥିବା ଏହି ଜିନିଷ ଖରାପ ପ୍ରଭାବ ପକାଇପାରେ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କିଛି କଥା କୁହାଯାଇଛି ଯାହାକୁ ବିଭିନ୍ନ ବ୍ୟକ୍ତି ବିଶ୍ୱାସ କରନ୍ତି । ତେଣୁ ତାହା ମଧ୍ୟରେ ଏଭଳି କିଛି କଥା ରହିଛି ଯେଉଁଥିରେ କୁହାଯାଇଛିଯେ ତାହାକୁ ଯଦି ଠିକ ଭାବରେ ପାଳନ କରାନଯାଏ ତେବେ ଜୀବନ ଉପରେ ବିଭିନ୍ନ ସମସ୍ୟା ପଡ଼ିଥାଏ । ତେବେ ସେହିଭଳି କିଛି କଥା ରହିଛି ବାସ୍ତୁ ଶାସ୍ତ୍ରରେ ଯେଉଁଥିରେ କୁହାଯାଇଛିଯେ କାହାଠାରୁ କେଉଁ ଜିନିଷ ଆଣିବା ଉଚିତ ।
କୁହାଯାଏ କାହା ଚାଦରରେ ଶୋଇବା ଅନୁଚିତ । ଏହା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ଧନ ସମ୍ବଦ୍ଧୀୟ ସମସ୍ୟା ଦେଖାଦିଏ ।
ହାତରେ ପିନ୍ଧିଥିବା ଘଂଟା ଅନ୍ୟ କାହାକୁ ପିନ୍ଧିବାକୁ ଦେବା ଉଚିତ । ଏହା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିନଥାଏ । ଆର୍ଥିକ ସମସ୍ୟା ଦେଖାଦିଏ । ଏହା ସହିତ କାହାର ଡ୍ରେସ ଏବଂ ରୁମାଲ ମଧ୍ୟ ଆଣିବା ଅନୁଚିତ । କୁହାଯାଏ ଏହା ଦ୍ୱାରା ଚିନ୍ତା ବଢିଥାଏ ।
ଯଦି କେହି ଅନ୍ୟର ଧନ ଉପରେ ନଜର ରଖୁଥାଏ ଏବଂ ଆଣିଥିବା ଟଙ୍କା ଫେରାଉ ନଥାଏ ତେବେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।
କାହାଠାରୁ ଆଣିଥିବା କଲମ ନ ଫେରାଇଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।