Only for Entertainment

ନାତୂଣୀ ସାରାଙ୍କ ଫିଲ୍ମ ଦେଖି ଜେଜେମା ଶର୍ମିଲା ଟାଗୋର ମା ଅମୃତାଙ୍କୁ କହିଲେ ଏଭଳି କିଛି !

zeenews
22

ଡ଼ିସେମ୍ବର ୭ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘କେଦାରନାଥ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ସମେତ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଦେଖିବାକୁ ମିଳିଥିଲା । ସାରାଙ୍କର ଏହା ବଲିଉଡ୍‌ ଡ଼େବ୍ୟୁ ହୋଇଥିବା ବେଳେ ତାଙ୍କ ଅଭିନୟ ଦର୍ଶକ ଏବଂ ଫିଲ୍ମ ସମୀକ୍ଷକମାନଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଜଣାପଡ଼ିଛି । ସମସ୍ତେ ସାରାଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳ ତାଙ୍କ ଜେଜେ ମା’ ଶର୍ମିଲା ଟାଗୋର ମଧ୍ୟ ପଛରେ ନଥିବା ଜଣା ପଡ଼ିଛି । ଫିଲ୍ମ ଦେଖିବା ପରେ ସେ ସାରାଙ୍କ ମା’ ଅମୃତାଙ୍କୁ ମେସେଜ ଜରିଆରେ ସାରାଙ୍କ ପ୍ରଶଂସା କରିଛନ୍ତିି । ଏ ବିଷୟରେ ନିଜେ ସାରା ଏକ ସାକ୍ଷାତକାରେରେ କହିବା ପରେ ଖବରଟି ସାମ୍ନାକୁ ଆସିଛି ।

ସାରାଙ୍କ କହିବା ଅନୁଯାୟୀ, ମୋ ଜେଜେ ମା’ ‘କେଦାରନାଥ’ ଦେଖିବା ପରେ ମୋ ମା’ଙ୍କୁ ମେସେଜ ପଠାଇଥିଲେ । ଜେଜେ ମା’ଙ୍କ ସବୁ ବନ୍ଧୁ ଏବଂ ତାଙ୍କୁ ଜାଣିଥିବା ଲୋକେ ମୋ ଅଭିନୟର ପ୍ରଶଂସା କରୁଛନ୍ତି । ମୋର ପ୍ରଶଂସା ଶୁଣି ସେ ବହୁତ ଖୁସି ଏବଂ ମୋ ଲାଗି ଗର୍ବିତ ଥିବା କଥା ମୋ ମା’ଙ୍କୁ ଲେଖି ପଠାଇଥିଲେ । ସବୁଠାରୁ ଖାସ୍‌ କଥା ହେଲା, ସେ ମୋ ମା’ଙ୍କୁ ମେସେଜ କରିଥିଲେ । ମୋ ପାଇଁ ମୋ ପରିବାର ୩୦ସେକେଣ୍ଡ ପାଇଁ ସାଥିରେ ଥିଲା, ତାହା ମୋ ପାଇଁ ବହୁତ ବଡ଼ କଥା ବୋଲି ସାରା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More