Only for Entertainment

ଶର୍ମିଲା ଟାଗୋର ନିଜ ନାତୁଣୀ ସାରାଙ୍କୁ ନେଇ କିଛି ଏଭଳି ମତ ରଖିଲେ !

28

ସୈଫ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ଆଜିକାଲି ଖୁବ ଚର୍ଚ୍ଚାରେ ରହିଛନ୍ତି । ସାରା ଅଲ୍ଲୀ ଖାନ ପୂର୍ବ ବର୍ଷ ରିଲିଜ ହୋଇଥିବା କେଦାରନାଥ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ସାରାଙ୍କ ଫିଲ୍ମ ସିମ୍ବା ରିଲିଜ ହୋଇଥିଲା ଏବଂ ଏହା ମଧ୍ୟ ହିଟ ହୋଇଥିଲା । ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ନିଜ ନାତୁଣୀ ସାରାଙ୍କୁ ନେଇ କିଛି ମତ ରଖିଛନ୍ତି । ଶର୍ମିଲାଙ୍କ କହିବା ମୁତାବକ ନିଜ ନାତୁଣୀ ସାରାଙ୍କ କାମରେ ସେ ଖୁବ ଇମ୍ପ୍ରେସ ହୋଇଛନ୍ତି ।

ସାରାଙ୍କୁ ନେଇ ଗର୍ବିତ ଏବଂ ତାଙ୍କର ସମସ୍ତ ନାତି-ନାତୁଣୀ ପରିବାରର ପରମ୍ପରାକୁ ଆଗକୁ ବଢାଉଥିବା ଦେଖି ସେ ଖୁବ ଖୁସି ଥିବା କହିଛନ୍ତି ଅଭିନେତ୍ରୀ ଶର୍ମିଲା । ଫିଲ୍ମ ଠାରୁ ଅଧିକ ସାରାଙ୍କ ଇଂଟରଭ୍ୟୁ ଶର୍ମିଲାଙ୍କୁ ଖୁବ ଆସେ ବୋଲି ସେ କହିଛନ୍ତି କାରଣ ସାରା ଖୁବ ଶାନ୍ତ ଏବଂ ଭଦ୍ର ଭଳି ନିଜର ମତ ରଖିଥାଆନ୍ତି ଏହି କାରଣରୁ ସେ ନିଜ ନାତୁଣୀ ଉପରେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି ସାରାଙ୍କ ଜେଜେମା ଶର୍ମିଲା ।

ଶର୍ମିଲା ଟାଗୋରଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ଆପଣଙ୍କ ନାତୁଣୀ ଜଣେ ଭଲ ଅଭିନେତ୍ରୀ ଏବଂ ସେ ଆପଣଙ୍କ ବାୟୋପିକରେ ଅଭିନୟ କଣ ସଠିକ ଭାବେ ତୁଲାଇପାରିବେ? ଏହାର ଉତ୍ତରରେ ଶର୍ମିଲା କହିଥିଲେ ହଁ ସେ ନିଜ ଭୂମିକା ଠିକ ଭାବେ ତୁଲାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More