Only for Entertainment

ରବି ଶାସ୍ତ୍ରୀଙ୍କ ବଡ଼ ଖୁଲାସା, କାହିଁକି ନମ୍ବର ୪କୁ ଓହ୍ଲାଇଲେ ନାହିଁ ଧୋନି ।

punjabkesari
515

ଭାରତକୁ ଆଇସିସି ବିଶ୍ୱକପ ୨୦୧୯ ପୂର୍ବରୁ ସେମିଫାଇନାଲରେ ବୁଧବାରକୁ ନ୍ୟୁଜିଲ୍ୟାଣ୍ଡ ୧୮ ରନରେ ହରାଇ ଦେଇଛି । ଯାହାଦ୍ୱାରା କ୍ରିକେଟ ମହାକୁମ୍ଭ ବା ବିଶ୍ୱକପରେ ଭାରତର ଯାତ୍ରା ସରିଗଲା । କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କୁ ନମ୍ବର ୪ରେ ଓହ୍ଲାଇବାକୁ କାହିଁକି ପଠାଗଲା ନାହିଁ । ଏହି ମଧ୍ୟରେ ଏହି ରାଜରୁ ପରଦା ଉଠିଛି । ଟିମ ର ହେଡ୍ କୋଚ୍ ରବି ଶାସ୍ତ୍ରୀ ଏହାର ଖୁଲାସା କରିଛନ୍ତି । ରବି କହିଛନ୍ତିଯେ ଏହା ପୂରା ଟିମର ନିଷ୍ପତ୍ତି ଥିଲା ଯେ ଧୋନି ତଳେ ଖେଳନ୍ତୁ ।

ଏକ ୱେବସାଇଟ ସହିତ କଥା ହେଉଥିବା ସମୟରେ ରବି ଶାସ୍ତ୍ରୀ କହିଛନ୍ତି, ‘ଯଦି ଧୋନି ପ୍ରଥମେ ଆଉଟ ହୋଇଯାଇଥାନ୍ତେ ତେବେ ଟିମ ଚେଜ କରିବାରେ ଫସି ଯାଇଥାନ୍ତା’ । ଏହା ସହିତ ରବି କହିଛନ୍ତି ପୂରା ଟିମ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଏହା ଅତି ସହଜ ଥିଲା । ଯଦି ଧୋନି ପ୍ରଥମେ ବ୍ୟାଟିଂ ପାଇଁ ଯାଇଥାନ୍ତେ ଏବଂ ଖୁବଶୀଘ୍ର ଆଉଟ ହୋଇ ଯାଇଥାନ୍ତେ ତେବେ ଲକ୍ଷ୍ୟ ସ୍ଥଳକୁ ପହଂଚିବାର କ୍ଷେତ୍ରରେ ସବୁକିଛି ବିଗିଡ଼ି ଯାଇଥାନ୍ତା ।

ରବି ଏହା ମଧ୍ୟ କହିଛନ୍ତି, ‘ଧୋନି ଦୁନିଆର ସବୁଠାରୁ ବଡ଼ ଫିନିଶନର ଏବଂ ଯଦି ତାଙ୍କର ବ୍ୟବହାର ଠିକ ସମୟରେ କରାନଯାଏ ତେବେ ତାଙ୍କ ସହିତ ଅନ୍ୟାୟ ହେବା ସହିତ ପୂରା ଟିମ ସହିତ ମଧ୍ୟ ଅନ୍ୟାୟ ହେବ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More