Only for Entertainment

କମେଡି କିଙ୍ଗ କପିଲ ଅଭିନେତା ତଥା ସାଂସଦ ଶତୃଘ୍ନ ସିନହାଙ୍କୁ କରିଥିଲେ ପରିହାସ !

Times Now
0 31

ବଲିଉଡର ସିନିୟର ଆକ୍ଟର ଓ ରାଜନେତା ଭାବେ ବେଶ୍ ଜଣାଶୁଣା ଶତୁଘ୍ନ ସିହ୍ନାଙ୍କୁ ଇଣ୍ଡଷ୍ଟ୍ରିରେ ରହିବାର ବହୁ ବର୍ଷ ବିତିଗଲାଣି । ଫିଲ୍ମରେ ସଫଳ କ୍ୟାରିୟର ପରେ ସେ ଏବେ ରାଜନୀତିରେ କ୍ୟାରିୟର ଆରମ୍ଭ କରୁଛନ୍ତି । ୨୦୦୯ର ଏକ ମାମଲା ଚର୍ଚ୍ଚାରେ ରହିଥିଲା, ଯେଉଁଥିରେ ବଲବୀର ନାମକ ଜଣେ ବ୍ୟକ୍ତି ଶ୍ରତୁଘ୍ନ ସିହ୍ନାଙ୍କ ସଂସଦରେ ଧଶେଇ ପଶିବାକୁ ଚେଷ୍ଟା କରିଥିଲେ । ଏହା ଏକ ଚ୍ୟାନେଲର ଷ୍ଟିଙ୍ଗ ଅପରେସନ ଥିଲା । ବଲବୀର ଜରିଆରେ ଚ୍ୟାନେଲ ସଂସଦର ସୁରକ୍ଷା କେଉଁଭଳି ଏହାର ପୋଲ୍ ଖୋଲିବାକୁ ଚେଷ୍ଟା କରୁଥିଲା । ସ୍ୱଭାଗ୍ୟର କଥା ସେତେବେଳେ ଶତୁଘ୍ନ ଏମପି୍( ମେମ୍ବେର ଅଫ୍ ପାଲ୍ୟମେଣ୍ଟ) ଥିଲେ । କିନ୍ତୁ ସୁରକ୍ଷା କର୍ମୀ ବଲିବୀରଙ୍କୁ ଧରି ନେଇଥିଲେ । ଘଟଣାର ଦଶବର୍ଷ ପରେ ମଧ୍ୟ ୮୦ ବର୍ଷୀୟ ବଲବୀରଙ୍କୁ ବର୍ଷେ ହେଲା କୋର୍ଟର ଦଣ୍ଡୂ ଭୋଗିବାକୁ ପଡୁଛି, ସେ ଏବେ ଦୁଇ ଥର ହୃଦଘାତର ଶିକାର ମଧ୍ୟ ହୋଇ ସାରିଲେଣି, ତାଙ୍କ ଅବସ୍ଥା ଏବେ ଖରାପ ହୋଇ ଆସିଲାଣି ।

ନିକଟରେ ଏକ ସାକ୍ଷାତକାର ଜରିଆରେ ଶତୁଘ୍ନଙ୍କୁ ଯେତେବେଳେ ବଲବୀରଙ୍କ ସମ୍ପର୍କରେ ପଚରାଯାଇଥିଲା ସେ କହିଥିଲେ, ସେ ଲୋକ ବହୁତ ହଇରାଣ ହୋଇଥିବ, ଏହି ତଥା କଥିତ ଷ୍ଟିଙ୍ଗ ଅପରେସନରେ ସେହି ବ୍ୟକ୍ତିକୁ ଏକପ୍ରକାର ବ୍ୟବହାର କରାଯାଇଥିଲା । ଯେଉଁମାନେ ଏ ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ସେମାନେ ତ ଖସିଗଲେ, ହେଲେ ସେ ଘଟଣାରେ ବଳି ପଡିଗଲା ବିଚାରା ଗରିବ ଲୋକଟି । ତାକୁ ଏ ସମସ୍ତ କଥାରୁ କଣ ଲାଭ ମିଳିଲା? ଏପରିକି ଏହି କାମ ପ୍ରବର୍ତ୍ତାଇଥିବା ଲୋକ ତାକୁ ଟଙ୍କା ମଧ୍ୟ ଦେଇନାହାନ୍ତି । ତାକୁ ଏବେ କ୍ଷମା କରିଦେବା ଉଚିତ୍ ବୋଲି ଏକ ସାକ୍ଷାତକାରରେ କହିଥିଲେ ଶତୁଘ୍ନ ।

ସେହିଭଳି ସାକ୍ଷାତକାରରେ ଏହାଛଡା ଶତୃଘ୍ନ କପିଲ ଶର୍ମାଙ୍କ ଉପରେ କହିଥିଲେ ଯେ ତାଙ୍କୁ ମିମିକ୍ରି ଆର୍ଟିଷ୍ଟ କିମ୍ବା ମିମିକ୍ରିକୁ ନେଇ କିଛି ଚିନ୍ତା ନାହିଁ; କାରଣ ଲତା ମଙ୍ଗେସକର, ଆଶା ଭୋଂସେଲେ , ଅମିତାଭ ବଚ୍ଚନ ଭଳି ବଡ ବଡ କଳାକାରମାନଙ୍କ ମିମିକ୍ରି ସବୁବେଳେ ଦେଖିବାକୁ ମିଳେ । ମିମିକ୍ରି ସେତେବେଳେ ପର୍ଯ୍ୟନ୍ତ ଠିକ୍ ଯେତେବେଳେ ଏହା ଶାଳୀନତା ମଧ୍ୟରେ କରାଯାଉଥିବ, କିନ୍ତୁ ଶାଳୀନତାର ଉଦ୍ଧ୍ୱର୍କୁ ଯାଇ ମିମିକ୍ରି କରିବା ଆଦୌ ଗ୍ରହଣୀୟ ନୁହେଁ ।

ତାଙ୍କ ସହ ମଧ୍ୟ କେତେଥର ଏପରି ଘଟିଥିଲା । କପିଲ ଶର୍ମା ନିଜ ଶୋ ମାଧ୍ୟମରେ କେତେଥର ଏପରି କରିଛନ୍ତି । ଅସଲ ମଥା ହେଲା ସବୁ ଜିନିଷର ଗୋଟେ ନିର୍ଦ୍ଧିଷ୍ଟ ସୀମା ରହିଛି, ଥଟ୍ଟା ପରିହାସ କରିବାର ମଧ୍ୟ ଗୋଟେ ସୀମା ରହିଛି । ସେହି ସୀମା ଭିତରେ ରହି ମଜା କରିବା ଆବଶ୍ୟକ ବୋଲି ଶତୃଘ୍ନ କହିଛନ୍ତି । ତାଙ୍କ ମତରେ ମିମିକ୍ରି ଷ୍ଟେଜ ଯାଏଁ ସୀମିତ ରହିବା ଆବଶ୍ୟକ । ଏହାକୁ ରାସ୍ତା କିମ୍ବା ସଂସଦରେ କରିବାର ଉଚିତ୍ ନୁହେଁ ବୋଲି କହିଥିଲେ ଶତୁଘ୍ନ ସିହ୍ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More