Only for Entertainment

ସିଦ୍ଧାର୍ଥ ଶୁକ୍ଳାଙ୍କୁ ସମର୍ଥନ କରୁଛନ୍ତି ସଲମାନ? ଜାଣନ୍ତୁ ଘରୁ ବାହାରିବା ପରେ କ’ଣ କହିଲେ ସେଫାଳୀ ବଗ୍ଗା

41

ବିଗବସ ୧୩ରେ ପ୍ରତିଦିନ ଧମାକାଦାର ଟ୍ୱିଷ୍ଟ ଏବଂ ଟର୍ଣ୍ଣ ଆସୁଛି । ଫିନାଲେ ଯେତେ ନିକଟକୁ ଆସୁଛି ରିଆଲିଟି ଶୋ’ରେ ରୋମାଂଚ ସେତିକି ବଢୁଛି । ସିଜନ ୧୩ରେ ବାରମ୍ବାର ସଲମାନ ଏବଂ ନିର୍ମାତାଙ୍କ ଉପରେ ଆଙ୍ଗୁଠି ଉଠାଯାଉଛି । ତାଙ୍କୁ ବାଏସ୍ଡ କୁହାଯାଉଛି । କୁହାଯାଉଛି ସିଦ୍ଧାର୍ଥ ଶୁକ୍ଳାଙ୍କୁ ସବୁବେଳେ ସମର୍ଥନ କରାଯାଉଛି ।

ରବିବାରକୁ ବିଗବସରୁ ଏଭିକ୍ଟ ହୋଇଥିବା ସେଫାଳୀ ବଗ୍ଗା ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତିଯେ ସଲମାନ ଆଦୌ ବାଏସ୍ଡ ନୁହଁନ୍ତି । ଯଦି ଲୋକଙ୍କୁ ଏଭଳି ଲାଗୁଛି ତେବେ ଏହା ସେମାନଙ୍କର ସମସ୍ୟା । ଝଗଡ଼ା ରଶ୍ମୀ ଏବଂ ସିଦ୍ଧାର୍ଥ ଉଭୟଙ୍କ ପକ୍ଷରୁ ହେଉଛି । ରଶ୍ମୀ ସିଦ୍ଧାର୍ଥଙ୍କ ପଛରେ ବହୁତ କଥା ଗପୁଛନ୍ତି । କିନ୍ତୁ ସିଦ୍ଧାର୍ଥ କହିଥିବା ଏସି ଲଡ଼କୀ କମେଂଟ ନିହାତି ଭାବରେ ଖରାପ । କିନ୍ତୁ ରଶ୍ମୀ ମଧ୍ୟ ଜାଣି ଜାଣି ତାହାର ଅର୍ଥ ପଚାରୁଛନ୍ତି । ଏଭଳି ଘଟଣାରେ ସିଦ୍ଧାର୍ଥ ତ ପ୍ରଶଂସା କରିବେ ନାହିଁ । ରଶ୍ମୀକୁ ଭଲ ଭାବରେ ଜଣା ସିଦ୍ଧାର୍ଥ କ’ଣ କହିବେ । ଏହା ରଶ୍ମୀ ଜାଣି ଜାଣି କରୁଛନ୍ତି ।

ଶୋ’ରୁ ବାହାରିବା ପରେ ଅରହାନଙ୍କୁ ମଧ୍ୟ ଏହି କଥା ପଚରା ଯାଇଥିଲା ଏବଂ ସେ ମଧ୍ୟ କହିଥିଲେଯେ ସଲମାନ ବାଏସ୍ଡ ନୁହଁନ୍ତି । ତାଙ୍କ କହିବା ଅନୁସାରେ ଯେଉଁ କଥାରେ କହିବା ଆବଶ୍ୟକ ସେହି ବିଷୟରେ ସଲମାନ କୁହନ୍ତି ଏବଂ ସମସ୍ୟାର ସମାଧାନ ମଧ୍ୟ କରି ଦିଅନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More