Only for Entertainment

କୋର୍ଟ ମ୍ୟାରେଜ କରି ସାରିଛନ୍ତି ସିଦ୍ଧାର୍ଥ-ରଶ୍ମୀ! ଶେହନାଜଙ୍କ ଦାବି

kanaklifestyle
19

ବିଗବସ ୧୩ରେ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇଙ୍କ ସଂପର୍କ ଟେକ ଅଫ ଦ ଟାଉନ ହୋଇଛି । ଶୋ’ରେ ଦୁଇଜଣଙ୍କର ପରସ୍ପର ପ୍ରତି ଆବଶ୍ୟକତା ଠାରୁ ଅଧିକ ଘୃଣାର କାରଣ କ’ଣ ତାହା ପ୍ରତିଯୋଗୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି । ବିଭିନ୍ନ ଥର ଶୁଣିବାକୁ ମିଳିଛିଯେ ଦୁଇଜଣଙ୍କ ମଧ୍ୟରେ ଅଫେୟର ଥିଲା । ତେବେ ଶୋ’ର ପ୍ରତିଯୋଗୀ ଶେହନାଜଙ୍କୁ ମଧ୍ୟ ସେହିଭଳି ଲାଗୁଛି ।

 

ଆଜ୍ଞା ହଁ ଗୁରୁବାର ଏପିସୋଡରେ ଶେହନାଜ ସିଦ୍ଧାର୍ଥ ଶୁକ୍ଳାଙ୍କୁ ରଶ୍ମି ଦେଶାଇଙ୍କ ସହିତ ସଂପର୍କ ଥିବାକୁ ନେଇ ଚିଡ଼ାଉଥିଲେ । ଟାସ୍କ ଶେଷ ହେବା ପରେ ସିଦ୍ଧାର୍ଥଙ୍କ ଟିମ ମସ୍ତୀ କରୁଥିଲେ, ଯେଉଁଥିରେ ଶେହନାଜ ସିଦ୍ଧାର୍ଥଙ୍କୁ ବାରମ୍ବାର ଗୋଟିଏ ପରେ ଗୋଟିଏ କଥା କହି ଚିଡ଼ାଇବାକୁ ଲାଗିଲେ । ଶେହନାଜ ପ୍ରଥମେ କହିଲେଯେ ମୋତେ ଲାଗୁଛି ତୁମେ ଦୁଇଜଣ ଡେଟ କରୁଥିଲ, ଏହାପରେ କହୁଛନ୍ତି ବ୍ରେକ ଅପ ବୋଧ ହୁଏ ହୋଇ ଯାଇଛି । କେବଳ ସେତିକି ନୁହେଁ ତାହାପରେ କହୁଛନ୍ତି ମୋତେ ଲାଗୁଛି ତୁମେ ଦୁଇଜଣ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲ । ତେବେ ଏହିଭଳି କଥା କହି ସିର୍ଦ୍ଧର୍ଥଙ୍କୁ ଚିଡ଼ାଉଥିଲେ ଶେହନାଜ, ଯାହାକୁ ନେଇ ସାରା ଟିମ ହସିବାକୁ ଲାଗିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More