Only for Entertainment

ଶେରା ଦେଇଥିଲା ସଲମାନଙ୍କୁ ଜୀବନରୁ ମାରିବାର ଧମକ,ଏବେ ଗିରଫ କଲା ପୋଲିସ ।

youtube
52

ବଲିଉଡ ଆକ୍ଟର ସଲମାନଙ୍କୁ ଜୀବନରୁ ମାରିବାର ଧମକ ଦେଇଥିବା ଶେରାକୁ ପୋଲିସ ଗିରଫ କରି ସାରିଛି ।ଶେରାକୁ ପୋଲିସ ଏହ୍ଲାବାଦର ପ୍ରୟାଗରାଜ ଠାରୁ ଶନିବାର ରାତି ୨ଟାରେ ଗିରଫ କରିଛି ।ଏହାର ସୂଚନା ସଲମାନଙ୍କ ପିଏ ଦେଇଛନ୍ତି ।ଜାଣିବା ପାଇଁ କହିରଖୁଛୁଯେ ଶେରା ସଲମାନଙ୍କ ବଡିଗାର୍ଡ଼ ନୁହେଁ ବରଂ ମୁମ୍ବାଇରେ ରହୁଥିବା ଜଣେ ଷ୍ଟ୍ରଗଲର । ମୁମ୍ବାଇ କ୍ରାଇମ ବ୍ରାଂଚ ଏବଂ ବାନ୍ଦ୍ରା ଥାନାର ଟିମ ଦୋଷୀକୁ ମୁମ୍ବାଇ ନେଇ ଯାଇଛନ୍ତି ଏବଂ ପଚରାଉଚରା କରୁଛନ୍ତି ।

ପୋଲିସର କହିବା ଅନୁସାରେ ଶେରା ମୁମ୍ବାଇରେ ପରିବାର ସହିତ ରହେ ।ତା’ର ଫିଲ୍ମରେ କାମ କରିବାର ଇଛା ଥିଲା । ତେଣୁ ସେ ସଲମାନଙ୍କୁ କାମ ମାଗିଲା ।ସେଥିପାଇଁ ସେ ସଲମାନଙ୍କୁ ସାକ୍ଷାତ ପାଇଁ କେତେକ ଥର ଚେଷ୍ଟା ମଧ୍ୟ କରିଛି,କିନ୍ତୁ କଡ଼ା ସୁରକ୍ଷା କାରଣରୁ ସେ ସାକ୍ଷାତ କରିପାରି ନାହିଁ ।ନାରାଜ ହୋଇଥିବା ଶେରା ସଲମାନଙ୍କୁ ମାରିଦେବା ପାଇଁ ମୋବାଇଲରେ ଧମକ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More