Only for Entertainment

ପୃଥିବୀରେ ରହିଛି ଏପରି ଏକ ସହର ଯେଉଁଠି ଆଜି ମଧ୍ୟ ଦେଖିବାକୁ ମିଳେ ମାଟିର କୋଠା ଘର ।

Flickr
47

ଆଜିକାଲି ଗ୍ରାମାଞ୍ଚଳରେ ମଧ୍ୟ ମାଟିଘର ଦେଖିବାକୁ ମିଳୁନାହିଁ । ସବୁଠି ସିମେଣ୍ଟ ଓ ଲୁହା କଂକ୍ରିଟର ଘର । ହେଲେ ଏପରି ଏକ ସହର ଅଛି ଯେଉଁଠି ଆଜି ବି ମାଟି ତିଆରି କୋଠାଘର ଦେଖିବାକୁ ମିଳେ । ବର୍ଷା ଓ ଝଡ଼ରୁ ମଧ୍ୟ ଏହା ସୁରକ୍ଷିତ ଅଟେ ।

mud house

ୟମନର ଶିବମ୍‍ ସହରରେ ଆଜି ମଧ୍ୟ ଏହି ଘର ଦୀର୍ଘ ବର୍ଷ ଧରି ସୁରକ୍ଷିତ ରହିଛି । ୧୫୩୦ ମସିହାରେ ଏଠାରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଥିଲା । ପୂରା ସହର ଧ୍ୱଂସ ହୋଇଯାଇଥିଲା । ପରେ ଏଠାରେ ଲୋକେ ମାଟିରେ ଘର ତିଆରି ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ସହରରେ ୫୦୦ ରୁ ଅଧିକ ଘର ଅଛି, ଯାହା ୫ ମହଲାରୁ ୧୧ ମହଲା ବିଶିଷ୍ଟ । ୨୦୦୮ ମସିହାରେ ଆସିଥିବା ଭୟଙ୍କର ତୋଫାନ ଏହି ବିଲ୍ଡିଂ ଗୁଡିକୁ କିଛିମାତ୍ରାରେ ପ୍ରଭାବିତ କରିଥିଲେ ମଧ୍ୟ ଥରେ ଲୋକେ ଏହାକୁ ମରାମତି କରିନେଇଥିଲେ । ଏବେ ଏଠାରେ ଲୋକେ ରହୁଛନ୍ତି । ଆଉ ଏହି ବିଲ୍ଡିଂ ବିଶ୍ୱବାସୀଙ୍କ ପାଇଁ ଆଶ୍ଚର୍ଯ୍ୟ ପାଲଟିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More