Only for Entertainment

ଗଣେଶ ବିସର୍ଜନରେ ଶିଳ୍ପା ଶେଟ୍ଟୀଙ୍କ ଜବରଦସ୍ତ ଡ୍ୟାନ୍ସ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ

latestly
153

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଙ୍ଗଳବାର ଗଣେଶଙ୍କୁ ବିଦାୟ ଦେଇଛନ୍ତି । ଦେଢ ଦିନ ଗଣେଶଙ୍କୁ ପୂଜା କରିବା ପରେ ସେ ବିସର୍ଜନ କରିଛନ୍ତି । ଭିଷଣ ବର୍ଷାରେ ମଧ୍ୟ ଶିଳ୍ପାଙ୍କ ପରିବାର ବଡ ଧୂମଧାମରେ ଗଣପତି ବାପ୍ପାଙ୍କ ବିସର୍ଜନ କରିଛନ୍ତି । ବିସର୍ଜନ ଉତ୍ସବରେ ଶିଳ୍ପା ପତି ରାଜ କୁନ୍ଦ୍ରା ଏବଂ ପୁଅ ଭିଆନଙ୍କ ସହିତ ଖୁବ ଡ୍ୟାନ୍ସ କରିଛନ୍ତି । ଏହାର ଭିଡିଓ ଶିଳ୍ପା ନିଜ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଉତ୍ସବରେ ଶିଳ୍ପା ଶେଟ୍ଟୀ ଦେଶୀ ଲୁକରେ ନଜର ଆସିଛନ୍ତି । ଶିଳ୍ପା ପିଙ୍କ କଲର ସାଲୱାର କୁର୍ତ୍ତାରେ ନଜର ଆସିଥିବା ବେଳେ ରାଜ କୁନ୍ଦ୍ରା ହ୍ୱାଇଟ କୁର୍ତ୍ତା ଏବଂ ବ୍ଲୁ ଡେନିମରେ ନଜର ଆସିଛନ୍ତି । ଏହା ସହିତ ଶିଳ୍ପାଙ୍କ ଭଉଣୀ ସମିତା ଶେଟ୍ଟୀ ସମସ୍ତଙ୍କୁ ଚିୟର କରୁପଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଥିଲେ, ‘ବାପ୍ପାଙ୍କୁ ବିଦା କରିବା ଖୁବ କଷ୍ଟଦାୟକ ହୋଇଥାଏ । ଗନୁ ରାଜା ନିଜ ବାଟରେ ଚାଲିଯାଇଛନ୍ତି । ଏବଂ ଏହା ପ୍ରତିଜ୍ଞା କରିଛନ୍ତି ଯେ ଆଗାମୀ ବର୍ଷ ପୁଣିଥରେ ଆସିବେ । ଆମେ ସମସ୍ତେ ତାଙ୍କୁ ବିଦା କରୁଛୁ ବର୍ଷା ମଧ୍ୟ ଆମ ସହିତ ଅଛି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More