Only for Entertainment

ବିଜ୍ଞାପନ ପାଇଁ ଶିଳ୍ପାଙ୍କୁ ଅଫର ହୋଇଥିଲା ୧୦ କୋଟି, ମହାନତା କାରଣରୁ ମନା କରିଦେଲେ

183

ଫିଟନେସ ଆଇକନ ଶିଳ୍ପା ସେଟ୍ଟୀ ନିଜ ଶରୀରକୁ ନେଇ ଖୁବ ଯତ୍ନବାନ । ସେ ତାଙ୍କ ଡାଇଟର ପୂରା ଧ୍ୟାନ ରଖନ୍ତି । ଶିଳ୍ପା ପ୍ରତିଦିନ ଠିକ ସମୟରେ ୱର୍କଆଉଟ ମଧ୍ୟ କରନ୍ତି । ଶିଳ୍ପା ସେଟ୍ଟୀ ନିକଟ ଅତୀତରେ ଏକ ଫିଟନେସ ଆପ ଲଂଚ କରିଥିଲେ । ବର୍ତ୍ତମାନର ଖବର ଅନୁସାରେ ଶିଳ୍ପାଙ୍କୁ ଏକ ସ୍ଲିମିଙ୍ଗ ପିଲ ବିଜ୍ଞାପନ ପାଇଁ ଅଫର କରାଯାଇଥିଲା । ଏଥିପାଇଁ ତାଙ୍କୁ ୧୦ କୋଟି ଅଫର ହୋଇଥିଲା । କିନ୍ତୁ ଏହି ବିଜ୍ଞାପନ କରିବା ପାଇଁ ଶିଳ୍ପା ମନା କରି ଦେଇଛନ୍ତି ।

ବଲିଉଡ ଲାଇଫର ଖବର ଅନୁସାରେ ଏକ ଆୟୁର୍ବେଦିକ କମ୍ପାନୀ ନିକଟରେ ଶିଳ୍ପା ସେଟ୍ଟୀଙ୍କୁ ସ୍ଲିମିଙ୍ଗ ପିଲ ବିଜ୍ଞାପନ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅଭିନେତ୍ରୀ ଏହାକୁ ମନା କରିଦେଲେ । ମିଡ ଡେ’କୁ ଇଂଟରଭ୍ୟୁ ଦେଉଥିବା ସମୟରେ ଶିଳ୍ପା କହିଛନ୍ତି ମୁଁ ଏଭଳି କୌଣସି ଜିନିଷ ବିଜ୍ଞାପନ କରିପାରିବି ନାହିଁ ଯାହା ଉପରେ ମୋର ବିଶ୍ୱାସ ନାହିଁ । ଯେତେବେଳେ କୌଣସି ପିଲ ବିଷୟରେ ତତକ୍ଷଣାତ ପତଳା ହେବାର କଥା ଦିଆଯାଏ ତାହା ଲୋକଙ୍କୁ ଆକର୍ଷିତ କରେ, କିନ୍ତୁ ପ୍ରତିଦିନର ଡାଇଟରେ ତାହା ସମ୍ଭବ । ଲମ୍ବା ସମୟରେ ଲାଇଫଷ୍ଟାଇଲ ମେଡିଫିକେସନ କାମ କରେ । କହିରଖୁଛୁ ଶିଳ୍ପା ଖୁବଶୀଘ୍ର ବଲିଉଡକୁ କମବ୍ୟାକ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More