ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ଇଂଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି କଲେ ଅଭିଯୋଗ ।
ବିଦେଶରେ ଅନେକ ସମୟରେ ଭାରତୀୟଙ୍କୁ ରଙ୍ଗଭେଦର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥାଏ । କେବଳ ସାଧାରଣ ଲେକେ ନୁହଁନ୍ତି ଭାରତୀୟ ସେଲିବ୍ରିଟିମାନେ ବି ଏଥିରୁ ବାଦ ପଡି ନାହାଁନ୍ତି । ଏହାର ପ୍ରମାଣ ଦେଉଛି ଶିଳ୍ପା ଶେଟ୍ଟୀଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ପୋଷ୍ଟ । ନିକଟରେ ଶିଳ୍ପା ଏକ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିବା ସଫା ସଫା ଉଲ୍ଲେଖ କରିଛନ୍ତି ।
ବିଗ ବସର ଇଂଗ୍ରାଜୀ ଭର୍ସନ ବିଗ ବ୍ରଦରରେ ୧୧ ବର୍ଷ ପୂର୍ବେ ବର୍ଣ୍ଣ ବୈଷମ୍ୟର ଶିକାର ହୋଇଥିବା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପୁଣିଥରେ ରଙ୍ଗଭେଦର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଶିଳ୍ପାଙ୍କ ଅଭିଯୋଗ ଅନୁସାରେ ସିଡନୀ ଏୟାରପୋର୍ଟରୁ ମେଲବର୍ନ ଯିବା ସମୟରେ ତାଙ୍କ ସହିତ ଏୟାରପୋର୍ଟର ଜଣେ ଅଧିକାରୀ ଖରାପ ବ୍ୟବହାର କରିଥିଲେ ଏବଂ ଶ୍ୟାମଳ ରଙ୍ଗକୁ ନେଇ ଟିପ୍ପଣୀ ଦେଇଥିଲେ । କିନ୍ତୁ ଶିଳ୍ପା ଏହି ଘଟଣାକୁ ଭୁଲିବା ବଦଳରେ ନିଜ ପାଇଁ ଷ୍ଟାଣ୍ଡ ନେଇଥିଲେ ଏବଂ ସୋସିଆଲ ମିଡିଆରେ ନିଜ ରାଗକୁ ପ୍ରକାଶ କରିଥିଲେ । ଏୟାରଲାଇନ କମ୍ପାନୀ ତାଙ୍କର ଷ୍ଟାଫମାନଙ୍କୁ କିପରି ବ୍ୟବହାର କରାଯିବା କଥା ଶିଖାନ୍ତୁ ବୋଲି ମଧ୍ୟ ଶିଳ୍ପା ନିଜ ପୋଷ୍ଟରେ ଲେଖିଥିଲେ ।