Only for Entertainment

ଶିଳ୍ପା ସେଟ୍ଟୀଙ୍କ ପୁଅ ବିୟାନ ଦେଲେ ଫିଟନେସ ଚ୍ୟାଲେଂଜ, ଭାଇରାଲ ଭିଡ଼ିଓ ।

aajtak
25

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ ଭିଡ଼ିଓ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସିଥାଏ । କିନ୍ତୁ ଏବେ ଶିଳ୍ପା ଫିଟନେସ ପାର୍ଟନରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖାସ କଥା ହେଉଛି ଶିଳ୍ପା ସେଟ୍ଟୀଙ୍କ ପାର୍ଟନର ଅନ୍ୟ କେହି ନୁହଁନ୍ତି ତାଙ୍କ ପୁଅ ବିୟାନ । ଶିଲ୍ପା ସେଟ୍ଟୀ ତାଙ୍କ ପୁଅ ବିୟାନ ସହିତ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଶିଳ୍ପା ଏକ ସୁନ୍ଦର କ୍ୟାପ୍ସନ ଦେଇ ଲେଖିଛନ୍ତି ନିଜ ମଧ୍ୟରେ ଥିବା ପିଲାଳିଆମିକୁ ଜାଗ୍ରତ କରୁଛି । ସେ ମୋତେ ଟକ୍କର ଦେଉଛି, କିନ୍ତୁ ମୁଁ ହାର ମାନିବିନି । ଖରାଦିନ ଆସି ସାରିଛି, ଏବେ ସମୟ ତାକୁ ଏଂଟରଟେନ କରିବାକୁ ।

କହିରଖୁଛୁ ଏହା ପୂର୍ବରୁ ଶିଳ୍ପାଙ୍କ ପୁଅ ବିୟାନଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ ବିୟାନ ଶିଳ୍ପାଙ୍କ ମା ଅର୍ଥାତ ତାଙ୍କ ଆଇଙ୍କ ପାଦ ଚିପୁଥିବାର ନଜର ଆସିଥିଲେ । ଯାହାପରେ ଏହି ଭିଡ଼ିଓକୁ ଦେଖି ଫ୍ୟାନ୍ସ ବିୟାନଙ୍କୁ ଖୁବ ପ୍ରଶଂସା କରିବାକୁ ଲାଗିଲେ ।

ଶିଳ୍ପା ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଫିଟନେସର ଭିନ୍ନ ଭିନ୍ନ ମନ୍ତ୍ର ଦେଇଥାନ୍ତି । ତେବେ ଶିଳ୍ପା ଯଦିଓ ଏବେ କୌଣସି ଫିଲ୍ମରେ ନଜର ଆସୁ ନାହାଁନ୍ତି ତଥାପି ତାଙ୍କୁ ରିଆଲିଟି ଶୋ’ରେ ଜଜ ଭାବରେ ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More