Only for Entertainment

ହୀନା ଖାନଙ୍କ କମୋଲିକା ଭୂମିକାକୁ ନେଇ ଏଭଳି ମତ ଦେଲେ ଶିଳ୍ପା ସିନ୍ଦେ !

India Today
0 54

‘କସୌଟି ଜିନ୍ଦେଗୀ କି-୨’ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିରେ ହୀନା ଖାନ କମୋଲିକା ହେବା ଚର୍ଚ୍ଚା ଜୋର ଧରିଛି । ଯଦିଓ ହୀନା ଖାନ ଏହି ସମ୍ପର୍କରେ ସଫେଇ ଦେଇଛନ୍ତି ଯେ ତାଙ୍କ ପାଖକୁ ଅଫର ଆସିଥିଲା ମାତ୍ର ସେ ଏଯାଏଁ କୌଣସି ଫାଇନାଲ କରି ନାହାନ୍ତି ।

ଏହାମଧ୍ୟରେ ତାଙ୍କର ଶତ୍ରୁ ଶିଳ୍ପା ସିନ୍ଦେଙ୍କୁ ଯେତେବେଳେ ଏହି ବିଷୟରେ ପଚରାଯାଇଥିଲା ଶିଳ୍ପା କହିଥିଲେ ଯେ ବିଗବସ ପୂର୍ବରୁ ସେ କମୋଲିକା ନଥିଲେ ?

ଏହି ଉତ୍ତରକୁ ଭିନ୍ନ ମୋଡକୁ ନେଇ ଯାଇ ଶିଳ୍ପା କହିଥିଲେ ହୀନା ଭଲ ଅଦାକାରା ଅଟନ୍ତି ଏବଂ ତାଙ୍କୁ ନେଗେଟିଭ ଭୂମିକା ତୁଲାଇବାକୁ ଏତେ କଷ୍ଟ ହେବ ନାହିଁ । ସେ ଏହା ମଧ୍ୟ କହିଥିଲେ ଯେ ହୀନାଙ୍କୁ କମେଡି ରୋଲ କରିବା କଷ୍ଟକର ହୋଇପଡିବ ନହେଲେ ସେ ଜଣେ ଭଲ ଅଭିନେତ୍ରୀ ।

ଏଠାରେ ଆମେ କହି ରଖୁଛୁ ଯେ ବିଗବସ୧୧ରେ ହୀନାଙ୍କୁ ହରାଇ ଶିଳ୍ପା ବିଜେତା ହୋଇଥିଲେ । ଶୋ’ରେ ହୀନା ଏବଂ ଶିଳ୍ପାଙ୍କ ମଧ୍ୟରେ କଳି ଲାଗି ରହୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More