Only for Entertainment

ମିକା ସିଂଙ୍କ ସମର୍ଥନରେ ଶିଳ୍ପା ଶିନେ୍ଧ, କହିଲେ ମୁଁ ପାକିସ୍ତାନରେ ଶୋ’ କରିବି କେହି ରୋକି ପାରିବ ତ ରୋକୁ

google
246

ବଲିଉଡ ସିଙ୍ଗର ମିକା ସିଂ ପାକିସ୍ତାନର କରାଚୀରେ ଜନରାଲ ମୁସରଫଙ୍କ ସମ୍ପର୍କୀୟଙ୍କ ବିବାହରେ ଗୀତ ଗାଇବା ପରେ ଏହାକୁ ନେଇ ବଡ ବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ ପେଡରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପାଇଜ ମିକା ସିଂକୁ ବ୍ୟାନ କରିଦେଇଥିଲେ । ମିକା କ୍ଷମା ମାଗିବା ପରେ ତାଙ୍କ ଉପରେ ଲଗାଯାଇଥିବା ବ୍ୟାନକୁ ହଟାଇ ଦିଆଯାଇଥିଲା । କିନ୍ତୁ ଏହି ବିବାଦ ଏବେ ଥମିବାର ନାଁ ନେଉ ନାହିଁ ।

ନିକଟରେ ଟିଭି ଅଭିନେତ୍ରୀ ତଥା ବିଗ ବସ ବିଜେତା ଶିଳ୍ପା ଶିନେ୍ଧ ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ମିକାଙ୍କ ସମର୍ଥନ କରି ଶିଳ୍ପା ଶିନେ୍ଧ ଚ୍ୟାଲେଞ୍ଜ କରିଛନ୍ତି ସେ ନିଜ ପାକିସ୍ତାନ ଯାଇ ପରଫମ କରିବେ । ଯଦି କେହି ତାଙ୍କୁ ରଖି ପାରୁଛନ୍ତି ତେବେ ରଖିକି ଦେଖାନ୍ତୁ ।

ସ୍ପଟ ବୟର ରିପୋର୍ଟ ଅନୁସାରେ ମିକାଙ୍କୁ ସମର୍ଥନ କରି ଶିଳ୍ପା କହିଛନ୍ତି, ‘ମିକା କ୍ଷମା ମଗିଛନ୍ତି ସତ କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଏପରି କୌଣସି ନିୟମ ନାହିଁ ଯାହା ଜଣକୁ କାମ କରିବା ପାଇଁ ରଖିପାରିବ । ମୁଁ ଏହା ଜାଣିନି ଯେ ସେ ପୁଣିଥରେ ପାନକିସ୍ତାନରେ ଶୋ’ କରିବେ କି ନାହିଁ କିନ୍ତୁ ମୁଁ ପାରିସ୍ତାନରେ ଶୋ’ କରିବା ପାଇଁ ଭିଜା ଆପ୍ଲାଏ କରିବି ବୋଲି ଚିନ୍ତା କରୁଛି । ମୁଁ ଦେଖିଛି କିଏ ମୋତେ ରଖିପାରିବ । ଯଦି ମୋତେ ଏଥିପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡେ ତେବେ ମୁଁ ଏହା କରିବ । ଆମେ ନିଜକୁ ସ୍ୱତନ୍ତ୍ର କହୁଛେ କିନ୍ତୁ ସତରେ କ’ଣ ଆମେ ସ୍ୱତନ୍ତ୍ର ? ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More