Only for Entertainment

ହିନା ଖାନଙ୍କୁ କମୋଲିକା ଅବତାରରେ ଦେଖି ଶିଳ୍ପା ସିନ୍ଦେ ମଧ୍ୟ ନିଜକୁ ରୋକି ପାରିଲେ ନାହିଁ, ପ୍ରଶଂସା କରି କହିଲେ ଏହି କଥା ।

Latestly
34

ଟିଭି ଇଣ୍ଡଷ୍ଟ୍ରୀର ଜଣା ଶୁଣା ପ୍ରଡ୍ୟୁସର ଏକତା କପୁର ନିଜର ନୂଆ ଶୋ’ ‘କସୌଟି ଜିନ୍ଦଗୀ କି ୨’ର ସବୁଠାରୁ ମୁଖ୍ୟ ଚରିତ୍ର କମୋଲିକାର ପ୍ରମୋ ନିକଟରେ ରିଲିଜ କରିଛନ୍ତି । କମୋଲିକାର ପ୍ରମୋ ସାମ୍ନାକୁ ଆସିବା ମାତ୍ରେ ଅଧିକାଂଶ ଲୋକେ ହିନା ଖାନଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି ।

ଏବେ ଏପରି ଜଣେ ମହିଳାଙ୍କ ରିଆକ୍ସନ ସାମ୍ନାକୁ ଆସିଛି ଯେ କିଛି ସମୟ ପୂର୍ବରୁ ହିନାଙ୍କ ପ୍ରତିଦ୍ୱନ୍ଦୀ ଥିଲେ । ଆପଣ ବଝି ସାରିଥିବେ ଆମେ କାହା କଥା କହୁଛୁ । ଆଜ୍ଞା ହିଁ ଆମେ ଚର୍ଚ୍ଚା କରୁଛୁ ଶିଳ୍ପା ସିନ୍ଦେଙ୍କ ବିଷୟରେ । ଯେ ହିନାଙ୍କୁ ପଛରେ ପକାଇ ବିଗ ବସର ଟାଇଟଲ ଜିତିଥିଲେ ।


ଅସଲରେ ଶିଳ୍ପା ହିନା ଖାନଙ୍କ କମୋଲିକା ପ୍ରମୋ ଦେଖିବା ପରେ ତାଙ୍କର ପ୍ରଶଂସା କରି ଏକ ଟ୍ୱିଟ କରିଥିଲେ । ଟ୍ୱିଟ ପୋଷ୍ଟରେ ପ୍ରମୋ ଭିଡିଓ ସେୟାର କରି ଲେଖିଥିଲେ, “ଆପଣଙ୍କର ନୂଆ ସଫର ଆରମ୍ଭ ହୋଇଯାଇଛି । ଏହା ଜରୁରୀ ନୁହେଁ ଆପଣଙ୍କର ରୋଲ କ’ଣ ? କିନ୍ତୁ ମୁଁ ବାଜି ଲଗାଉଛି ଦର୍ଶକ ଆପଣଙ୍କୁ ଭଲ ପାଇବା ଛଡା ରହିପାରିବେନି । ହିନା ଖାନ ମୁଁ ତୁମର ଏହି ନୂଆ ଯାତ୍ରା ପାଇଁ ଶୁଭକାମନା ଜଣାଉଛି । ମୁଁ ଆଶା କରୁଛି ଯେ ତୁମର କମୋଲିକା ଅବତାରକୁ ସମସ୍ତ ଖୁବ ପସନ୍ଦ କରିବେ ।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More