Only for Entertainment

ଏକାଠି ନଜର ଆସିବେ ଟିଭି ଜଗତର ଦୁଇ ଭାଉଜ !

Khabar IndiaTV
0 71

ଟିଭି ପରଦାର ଦୁଇ ଚର୍ଚ୍ଚିତ ଭାଉଜ ରିଙ୍କୁ ଏବଂ ଅଙ୍ଗୁରୀ । ଆଜ୍ଞା ଜାଣିପରିଲେ ତ ଆମେ ସୁନୀଲ ଗ୍ରୋଭର ଏବଂ ଶିଳ୍ପା ସିନ୍ଦେଙ୍କ ବିଷୟରେ କହୁଛୁ । ଦୁଇ ଜଣଙ୍କର ଏହି ଭାଉଜ ଭୂମିକା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ଖ୍ରୁବ ଲୋକପ୍ରିୟ ମଧ୍ୟ ହୋଇଥିଲା । ତେବେ ନିକଟରେ ଦୁହିଁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ସୁନୀଲ ଏବଂ ଶିଳ୍ପା ଏକାଠି ବସି ଲ୍ୟାପଟପରେ କିଛି କରୁଥିବାର ନଜର ଆସିଛନ୍ତି ।

sunilshilpa

ଏହି ଫଟୋକୁ କପିଲଙ୍କ ଶୋ’ର କ୍ରିଏଟିଭ ବିଭାଗରେ ଥିବା ପ୍ରୀତି ସିମୋସ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ଶେୟାର କରି ପ୍ରୀତି ଲେଖିଛନ୍ତି ‘ଏଠି କ’ଣ ହେଉଛି’ । ଇଂଷ୍ଟାଗ୍ରାମରେ ଏହି ଫଟୋ ଶେୟାର ହେବା ପରେ ସୁନୀଲ ଏ ଶିଳ୍ପା ନିଶ୍ଚୟ ଏକାଠି ଏକ ନୂଆ ଶୋ’ର ପରିକଳ୍ପନା କରୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଉଛି ।

ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ସୁନୀଲ କପିଲଙ୍କ ଶୋ’ ଛାଡିବା ଏବଂ ଶିଳ୍ପା ବିଗବସ-୧୧ ପରେ କୌଣସି ପ୍ରୋଜେକ୍ଟରେ ଯୋଗନଦେବା, ଏହି ଆକଳନକୁ ସତ୍ୟ ପ୍ରମାଣିତ କରୁଛି । ଏହା ସତ୍ୟ ଯେ ଦୁହେଁ ଯଦି ଏକାଠି ନଜର ଆସିବେ ତେବେ ଲୋକଙ୍କୁ ହସାଇ ହସାଇ ବେଦମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More