Only for Entertainment

ଧାର୍ମିକ ଭେଦଭାବର ଜ୍ୱଳନ୍ତ ଉଦାହରଣ, ମୁସଲମାନ ହୋଇଥିବାରୁ ଏହି ଟିଭି ଅଭିନେତ୍ରୀଙ୍କୁ ମିଳିଲାନି ଘର

hindustan times
0 46

ଏକବଂଶ ଶତାବ୍ଦୀରେ ମଧ୍ୟ ଜାତିଗତ ମତଭେଦ ଏବଂ ଧର୍ମିକ ଭେଦଭାବ ଦେଖିବାକୁ ମିଳୁଛି । ଦୁନିଆ ଆଗେଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏହି ଭେଦଭାବ କମ ହୋଇନାହିଂ । ଏହାର ଏକ ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି । ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ମୁସଲିମ ହୋଇଥିବାରୁ ତାଙ୍କୁ ଘର ଭଡା ମିଳୁନାହିଁ । ଏକତା କପୁରଙ୍କ ସୁପରହିଟ ଟିଭି ଶୋ’ ‘ୟେ ହୈ ମହୋବତେଁ’ରେ ଦିବ୍ୟଙ୍କାଙ୍କ ନଣନ୍ଦ ସିମୀ ଭୂମିକାରେ ନଜର ଆସୁଥିବା ଶିରୀନ ମିର୍ଜା ଏହି ଅଭିଯୋଗ ଆଣିଛନ୍ତି । ଶିରୀନ ନିଜ ଫେସବୁକ ଆକାଉଣ୍ଟରେ ଏହି ଦୁଃଖଭରା ପୋଷ୍ଟ ସେୟାର କରିଛନ୍ତି ।

ସୂଚନା ଅନୁସାରେ ଶିରୀନ କିଛି ଦିନରୁ ମୁମ୍ବାଇରେ ଭଡା ଘର ଖୋଜୁଛନ୍ତି । କିନ୍ତୁ ତାଙ୍କୁ ଘର ମିଳୁନାହିଁ । ଶିରୀନ ଏଥିପାଇଁ ବ୍ରୋକର ଏବଂ ପ୍ରପର୍ଟି ଡିଲରଙ୍କୁ ମଧ୍ୟ ଫୋନ କରିଥିଲେ ମଧ୍ୟ କେହି ତାଙ୍କର ସାହାଯ୍ୟ କରିନାହାନ୍ତି । ଶିରୀନ କରିଛନ୍ତି ମୁଁ ମୁସଲିମ ହୋଇଥିବାରୁ ମୋତେ କେହି ଘର ଦେବାକୁ ଚାହୁଁନାହାନ୍ତି ।

ଶିରୀନ ଫେସବୁକ ପୋଷ୍ଟରେ ଲେଖିଥିଲେ ‘ମୁଁ ମୁସଲିମ ବ୍ୟାଚଲର ଆକ୍ଟର ହୋଇଥିବାରୁ କେହି ମୋତେ ଘର ଦେଉନାହାନ୍ତି । ମୁମ୍ବାଇରେ ଆଠ ବର୍ଷ ବିତାଇ ସାରିଲିଣି କିନ୍ତୁ ଏଠାରେ ମୋତେ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି ।’ ଏହା ସହିତ ସେ କହିଥିଲେ ମୁଁ ଜଣେ ଆକ୍ଟର ମୁଁ ସ୍ମୋକ୍ କିମ୍ବା ଡ୍ରିଙ୍କ କରୁନି ଏବଂ ମୋ ନାଁରେ ଅପରାଧୀକ ମାମଲା ମଧ୍ୟ ନାହଁ ତେବେ ଜଣେ କିପରି ମୋ ପୋଶାଗତ ଚରିତରକୁ ନେଇ ମେତେ ଜଜ୍ କରୁଛି ।

ଏହା ସହିତ ସେ କହିଥିଲେ ‘ମୁଁ ଜଣଙ୍କୁ ଫୋନ କରିଥିଲି ସେ ମୋତେ ପଚାରିଲେ ମୁଁ ହିନ୍ଦୁ କି ମୁସଲିମ ଏହାପରେ ସେ କହିଥିଲେ ମୁସଲମାନମାନଙ୍କୁ ଘର ମିଳିବନି । କେବଳ ଏତିକି ନୁହେଁ ବ୍ୟାଚଲରମାନଙ୍କୁ ଘର ଦିଆଯିବ ନାହିଁ ବୋଲି ମଧ୍ୟ ତାଙ୍କୁ ଶୁଣିବାକୁ ପଡିଥିଲା ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More