Only for Entertainment

ଶାହରୁଖ ଖାନଙ୍କ ସହିତ ଝଗଡା ହେବା ପରେ ବଲିଉଡ ଠାରୁ ଦୂରେଇ ଯାଇଥିଲେ ଶିରିଷ କୁନ୍ଦର, ୭ ବର୍ଷ ପରେ କରିବେ କମବ୍ୟାକ

archive.mid-day
27

ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଫିଲ୍ମ ନିର୍ମାତା ଶିରିଷ କୁନ୍ଦରଙ୍କ ମଧ୍ୟରେ ୭ ବର୍ଷ ପୂର୍ବେ ଝଗଡା ହୋଇଥିଲା । ଏହି ଝଗଡା ପରେ ଶିରିଷ କୁନ୍ଦର ବଲିଉଡ ଠାରୁ ଦୂରେଇ ଯାଇ ଥିଲେ । କିନ୍ତୁ ଏବେ ଦୀର୍ଘ ୭ ବର୍ଷ ପରେ ଶିରିଷ ନିଜର ନୂଆ ପ୍ରୋଜେସକ୍ଟ ସହିତ ବଲିଉଡକୁ କମବ୍ୟା କ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଜ୍ଞା ହଁ, ଶିରିଷ ଟ୍ୱିଟ କରି ଘୋଷଣା କରିଚନ୍ତି ଯେ, ସେ ନେଟଫ୍ଲିକ୍ସରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

ଖବର ଅନୂୁସାରେ ଏହି ଫିଲ୍ମର ଟାଇ ଟଲ ରହିଛି ‘ଶ୍ରୀମତୀ ସିରିଅଲ କିଲର’ । ଶୁଣିବାକୁ ମିଳୁଛି ଯେ, ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ ମନୋଜ ବାଜପେୟୀ ଲିଡ ରୋଲରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ନୈନୀତାଲ ଏବଂ ମୁମ୍ବାଇରେ କରାଯିବ । ଫିଲ୍ମର ସୁଟିଂ ଜୁନ କିମ୍ବା ଜୁଲାଇରୁ ଆରମ୍ଭ ହେବ । ନିଜର କମବ୍ୟାକକୁ ନେଇ ଶିରିଷ ଖୁବ ଉତ୍ସାହିତ ଥିବା ବେଳେ ପତ୍ନୀ ଫରହା ଖାନ ମଧ୍ୟ ସୋସିଆଲ ମିଡିଆରେ ନିଜ ଖୁସିକୁ ସେୟାର କରିଛନ୍ତି ।

କହିରଥୁଛୁ ଯେ, ସଂଜୟ ଦତ୍ତ ଙ୍କ ପାର୍ଟିରେ ଶାହରୁଖ ଖାନ ଙ୍କ ସହିତ ଶିରିଷଙ୍କର ଝଗଡା ହୋଇଥିଲା । ଏହି ଝଗଡା ପରେ ଶିରିଷଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା । ଏହା ପର ଠାରୁ ସେ ବଲିଉଡ ଠାରୁ ଦୂରେଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More