Only for Entertainment

ଶର୍ଲି ସେତିୟା ‘ସହର କି ଲଡକି’ ଗୀତରେ କଲେ ଜବରଦସ୍ତ ଡାନ୍ସ, ଟିକଟକରେ ଶେୟାର କଲେ ଭିଡିଓ !

45

ଶର୍ଲି ସେତିୟା ପୁଣି ଥରେ ଟିକଟକରେ ଚର୍ଚ୍ଚାରେ ରହିଛନ୍ତି । ଅନେକ ଦିନ ପରେ ସେ ନିଜର ଏକ ଡାନ୍ସ ଭିଡିଓ ଟିକଟକରେ ଶେୟାର କରିଛନ୍ତି । ଶର୍ଲି ‘ଶେହର କି ଲଡକି’ ଗୀତରେ ଜଣେ ଯୁବକଙ୍କ ସହ ଡାନ୍ସ କରୁଥିବାର ନଜର ଆସିଛନ୍ତି । ନିଜ ଅନ୍ଦାଜରେ ଏବଂ ଡାନ୍ସ ଷ୍ଟେପରେ ଶର୍ଲି ଲୋକଙ୍କ ହୃଦୟ କିଣି ନେଇଛନ୍ତି । ସେ କିଛି ଦିନ ପୂର୍ବେ ଏହି ଭିଡିଓ ଶେୟାର କରିଥିଲେ, ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିବାରେ ଲାଗିଛି ।

ଏହି ଭିଡିଓରେ ଶର୍ଲି କ୍ୟୁଟ ନଜର ଆସିଛନ୍ତି ଏବଂ ତାଙ୍କର ଏହି ଭିଡିଓକୁ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଲାଇକ୍ସ ମିଳିସାରିଛି । କେବଳ ସେତିକି ନୁହେଁ ଭିଡିଓରେ ଲୋକମାନେ ଅନେକ କମେଂଟ ଦେଇଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଶର୍ଲି ସେତିଆ ନେଟଫ୍ଲିକ୍ସ ଫିଲ୍ମରେ ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି । ନେଟଫ୍ଲିକ୍ସର ହିନ୍ଦୀ ଫିଲ୍ମ ‘ମସ୍କା’ରେ ଆପଣଙ୍କୁ ଶର୍ଲିଙ୍କ ଅଭିନୟ ଦେଖିବାକୁ ମିଳିବ । ଶର୍ଲି ନ୍ୟୁଜଲାଣ୍ଡର ସିଙ୍ଗର ଅଟନ୍ତି । ସେ ଜଣେ ପପଷ୍ଟାର ଏବଂ ୟୁଟ୍ୟୁବରେ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More