Only for Entertainment

କ୍ରିକେଟର ଶୋଏବ କାନ୍ଦୁଥିବା ବୋଲରଙ୍କୁ ସାନ୍ତ୍ବନା ଦେଇ କିଣି ନେଲେ ସଭିଁଙ୍କ ମନ, ଭିଡିଓ ଭାଇରାଲ ।

Indian express
0 52

ଶୁକ୍ରବାର ଏସିଆ କପ୍‌ ସୁପର୍‌ ଫୋର୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟିରେ ଆଫ୍‌ଗାନିସ୍ତାନ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲେ ହେଁ ଶେଷ ପର୍ଯ୍ୟନ୍ତ କଡ଼ା ସଂଘର୍ଷ କରିଥିଲା। ପାକିସ୍ତାନକୁ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଜିତିବା ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା।

ଏହି କ୍ଲୋଜ୍‌ ଏନ୍‌କାଉଣ୍ଟ୍‌ରରେ ପାକିସ୍ତାନର ଭେଟେରାନ୍‌ ଅଲରାଉଣ୍ଡର୍ ଶୋଏବ ମାଲିକ୍‌ ଶେଷ ଓଭରରେ ଗୋଟିଏ ୬କା ଓ ଗୋଟିଏ ୪ ମାରି ୩ଟି ବଲ୍‌ ପୂର୍ବରୁ ପାକିସ୍ତାନ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ତେବେ ଏହି ମ୍ୟାଚ୍‌ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।

ଆଫ୍‌ଗାନ୍‌ ଦଳ ପାଇଁ ଶେଷ ଓଭର ବୋଲିଂ କରୁଥିବା ଅଫତାବ ଆଲାମ୍‌ ପରାଜୟ ପରେ ପଡ଼ିଆ ମଝିରେ କାନ୍ଦି ପକାଇଥିଲେ। ଅନ୍ୟ ଆଫ୍‌ଗାନ୍‌ ଖେଳାଳିମାନେ ତାଙ୍କୁ ବୁଝାଇଥିଲେ ହେଁ ତାଙ୍କ କାନ୍ଦ ବନ୍ଦ ହୋଇ ନଥିଲା।

ଏହି ସମୟରେ ଶୋଏବ ତୁରନ୍ତ ଅଫତାବ୍‌ଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ୍‌ କରିବା ସହ ସାନ୍ତ୍ୱନା ଦେଇଥିଲେ। ତଳେ ବସି କାନ୍ଦୁଥିବା ଅଫତାବଙ୍କୁ ସୋଏବ କିଛି ସମୟ ବୁଝାଇବା ପରେ ତାଙ୍କ କାନ୍ଦ ବନ୍ଦ ହୋଇଥିଲା।

ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଶୋଏବଙ୍କ ଏଭଳି ଉଦାର ଓ ସ୍ନେହୀ ଆଚରଣକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More