Only for Entertainment

ବଲିଉଡର ଏହି ଖାନଙ୍କ ଦାବି, କରଣ ଜୋହରଙ୍କ କ୍ୟାମ୍ପରୁ ବାହାରିଲେ ଇଶାନ ଖଟ୍ଟର !

Bollyworm
17

ବଲିଉଡ ଫିଲ୍ମ ପ୍ରଡ୍ୟୁସର କରଣ ଜୋହରଙ୍କୁ ଷ୍ଟାରକିଡଙ୍କ ଗଡଫାଦର ବୋଲି କୁହାଯାଏ । ବିଗତ କିଛି ବର୍ଷକୁ ଦେଖିଲେ ଆପଣ ଜାଣିରପାରିବେ ଯେ, କରଣ ଜୋହର ନିଜ ବ୍ୟାନରରେ ଅନେକ ଷ୍ଟାରକିଡଙ୍କୁ ଲଂଚ କରିଛନ୍ତି ଏବଂ ସେମାନେ ସଫଳ ମଧ୍ୟ ହୋଇଛନ୍ତି । ଏହି ଷ୍ଟାରକିଡଙ୍କ ମଧ୍ୟରେ ସାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ମଧ୍ୟ ସାମିଲ ଅଛନ୍ତି । ସେ କରଣ ଜୋହରଙ୍କ ବ୍ୟାନରରେ ନର୍ମିତ ଫିଲ୍ମ ‘ଧଡକ’ରେ ନଜର ଆସିଥିଲେ ।

ତାଜା ରିପୋର୍ଟ ଅନୁସାରେ ଇଶାନ ଖଟ୍ଟରଙ୍କୁ କରଣ ଜୋହର ନିଜ କ୍ୟାମ୍ପରୁ ବାହାର କରିଦେଇଛନ୍ତି । କମାଲ ଆର ଖାନଙ୍କ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ଇଶାନ ଖଟ୍ଟର କରଣ ଜୋହରଙ୍କୁ ଖରାପ ଭାବେ କଥା କହିଥିଲେ । ଏହା ପରେ କରଣଙ୍କ ରାଗ ଚଢିଯାଇଥିଲା । ଏବଂ ସେ ଇଶାନଙ୍କୁ ନିଜ କ୍ୟାମ୍ପରୁ ବାହାର କରିଦେଇଛନ୍ତି । କମାଲ ସୂଚନା ଦେଇ ଏହା ମଧ୍ୟ କହିଛନ୍ତି ଯେ, କରଣ ଜୋହର ନିର୍ଣ୍ଣୟ ନେଇଛନ୍ତି ଇଶାନଙ୍କ ସହିତ କୌଣସି ଫିଲ୍ମ କରିବେ ନାହିଁ ।

ଏବେ କମାଲଙ୍କ ଏହି ଟ୍ୱିଟ କେତେ ଦୂର ସତ ତାହା ଆଗାମୀ ସମୟ ହିଁ ଜଣାପଡିବ । ଏହା ମଧ୍ୟ କୁହାଯାଏ ଯେ, କରଣ ଜୋହରଙ୍କ ସହିତ ଶତୃତା କଲେ ଜଣେ ଅଧିକ ସମୟ ବଲିଉଡରେ ତିଷ୍ଟି ରହିପାରେ ନାହିଁ । ତେବେ ଦେଖାଯାଉ ଯଦି ଏହି ଖବର ସତ ହୁଏ ତେବେ ଇଶାନ ବଲିଉଡରେ କେତେ ବାଟ ଆଗକୁ ବଢିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More