Only for Entertainment

କେଜିଏଫ ଆକ୍ଟରଙ୍କୁ ସାକ୍ଷାତ ନକରିପାରିବାରୁ ଆତ୍ମହତ୍ୟା କଲେ ଫ୍ୟାନ ।

aajtak
28

ଆକ୍ଟର ୟଶ କେଜିଏଫ ଫିଲ୍ମରେ ଅଭିନୟ କରିବା ପରେ କେବଳ କନ୍ନଡ଼ରେ ନୁହେଁ ବରଂ ସାରା ଦେଶରେ ସୁପରହିଟ ହୋଇ ସାରିଛନ୍ତି । ଗତ ୮ ଜାନୁୟାରୀକୁ ଥିଲା ୟଶଙ୍କ ଜନ୍ମଦିନ । ଏହି ଆକ୍ଟରଙ୍କ ଜଣେ ବଡ଼ ଫ୍ୟାନ ୟଶଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ କିନ୍ତୁ ଦେଖା ନ ହେବାରୁ ନିରାଶ ହୋଇ ଫ୍ୟାନ ଜଣକ ମୃତ୍ୟୁବରଣ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ୨୬ ବର୍ଷର ସେହି ଫ୍ୟାନଙ୍କ ନାମ ହେଉଛି ରବି । ରବି ଜଣେ ଗାରମେଂଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ରବି ୟାଙ୍କ ଘର ବାହାରେ ବହୁ ସମୟ ଧରି ଘୂରି ବୁଲୁଥିଲେ । ବାରମ୍ବାର ପ୍ରୟାସ ପରେ ମଧ୍ୟ ତାଙ୍କୁ କେଜିଏଫଙ୍କ ଘରକୁ ପ୍ରବେଶ ମିଳିଲା ନାହିଁ । କୁହାଯାଉଛିଯେ ସେ ୟଶଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ । ସାକ୍ଷାତ ନହେବାରୁ ୟଶ ନିଜକୁ ନିଆଁ ଲଗାଇଦେଲେ । ଘର ଆଖପାଖରେ ଥିବା ଲୋକ ତାଙ୍କ ଉପରେ କମ୍ବଳ ପକାଇ ନିଆଁକୁ କାବୁ କଲେ । ଏହାପରେ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଗଲା । ହସ୍ପିଟାଲ ନେବା ବେଳକୁ ଡେରି ହୋଇଯାଇଥିଲା ଯାହା ଦ୍ୱାରା ରବିଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଗଲା । କୁହାଯାଉଛିଯେ ରବି ପ୍ରତିବର୍ଷ ୟଶଙ୍କ ଘର ବାହାରକୁ ଯାଇ ତାଙ୍କ ସହିତ ସେଲ୍ଫି ନେଉଥିଲେ ।

ୟଶ ପ୍ରସିଦ୍ଧ ଆକ୍ଟର ଅମ୍ବରିଶଙ୍କ ନିଧନରେ ଜନ୍ମଦିନ ପାଳନ କଲେ ନାହିଁ, ଯେଉଁ କାରଣରୁ ସେ ରବିକୁ ସାକ୍ଷାତ କରିପାରିଲେ ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ହସ୍ପିଟାଲରେ ପହଂଚିଲେ ଏବଂ ରବିଙ୍କ ପରିବାରକୁ ସାନ୍ତ୍ୱନା ଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More