Only for Entertainment

ଏହି ଗର୍ଭବତୀ ମହିଳାଙ୍କ ସତ୍ୟତା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

punjab kesari
0 53

ଜଣେ ମହିଳା ସିନେମା ହଲକୁ ସ୍ନାକ୍ସ ଲୁଚାଇ ନେଇ ଯାଇଥବା ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ସେହି ମହିଳା ଜଣଙ୍କ ନାମ ହେଉଛି ଏଂଜଲା ବ୍ରିଶ୍କ । ତେବେ ସିନେମା ହଲକୁ ପ୍ରବେଶ କରିବା ସମୟରେ ପୋଲିସଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା ଓ ସେ ଏଂଜଲା ସେଠାରୁ ରଖିଥିଲେ । ତେବେ ତାଙ୍କ ପାଖରେ କୌଣସି ଆଇନ ବିରୋଧି ଜିନିଷ ଥିବାର ସନ୍ଦେହ କରିଥିଲେ ପୋଲିସ । ଯାଂଚ କରିବା ପରେ ଜଣାଗଲାଯେ ତାଙ୍କ ପାଖରେ ଯେଉଁ ଜିନିଷ ଥିଲା ତାହା ଆଇନ ବିରୋଧି ନିଶ୍ଚୟ କିନ୍ତୁ କ୍ଷତିକାରକ ନୁହେଁ । ଜଣାପଡ଼ିଲାଯେ ସେ ଗର୍ଭବତୀ ନଥିଲେ କିନ୍ତୁ ନିଜ ମନ ପସନ୍ଦର ଖାଦ୍ୟ ନେବାପାଇଁ ସେ ଏହି ରାସ୍ତା ବାହାର କରିଥିଲେ ।

ଏଂଜଲା ତାଙ୍କ ପେଟରେ ଗୋଲ ଆକୃତିର ଏକ ଫୋମ ବାନ୍ଧିଥିଲେ ଯେଉଁଥିରେ ଲୋକଙ୍କୁ ଲାଗିବ ଯେ ସେ ଗର୍ଭବତୀ ଅଛନ୍ତି । କିନ୍ତୁ ବାସ୍ତବରେ ଫୋମ ମଧ୍ୟରେ ସେ ସ୍ନାକ୍ସ ଭରି ନେଇଥିଲେ । ଫୋମ ବାହାର କରିବା ପରେ ପୋଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଗଲେ ।

ଧରାପଡ଼ିଯିବା ପରେ ଏଂଜଲା ଏହି ବିଷୟରେ ନିଜେ ଟ୍ୱିଟ କରିଛନ୍ତି ଏବଂ ସ୍ନାକ୍ସ ତାଙ୍କର କେତେ ପସନ୍ଦ ତାହା ମଧ୍ୟ କହିଛନ୍ତି । ତାଙ୍କର ଏ ଘଟଣା ବିଷୟରେ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଖୁବ ଲାଇକ ମଧ୍ୟ କରିଥିଲେ । ଏହାପରେ କିଛି ଲୋକ ତାଙ୍କୁ ହିରୋ କରିଦେଲେ ଏବଂ ତାଙ୍କ ଟ୍ୱିଟକୁ ରିଟ୍ୱିଟ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More