Only for Entertainment

ପ୍ରିୟଙ୍କାଙ୍କ ଉପରେ ଚଢିଲା ହଲିଉଡ ଫିଭର, ‘ଭରତ’ ପରେ ଛାଡିଲେ ଭଂସାଲୀଙ୍କ ଫିଲ୍ମ ।

DNA India
0 44

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜର ପର୍ସନାଲ ଏବଂ ପ୍ରୋଫେଶନଲ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସଲମାନ ଖାନଙ୍କ ଫିଲ୍ମ ଭାରତ ଛାଡିବା ପରେ ଦେଶୀ ଗର୍ଲ ପ୍ରିୟଙ୍କା ଆଉ ଏକ ବଲିଉଡ ପ୍ରୋଜେକ୍ଟକୁ ବାଏ- ବାଏ କହିଛନ୍ତି ।

ଆମେ ଏଠାରେ ସଂଜଲ ଲୀଲା ଭଂସାଲୀଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ ଗଙ୍ଗୁବାଇ କୋଠେବାଲୀ ବିଷୟରେ କହୁଛୁ । ରିପୋର୍ଟ ଅନୁସାରେ ଗୋଟିଏ ବର୍ଷ ପୂର୍ବରୁ ପ୍ରିୟଙ୍କା ଏବଂ ଭଂସାଲୀ ଏକା ସହିତ ଏହି ଫିଲ୍ମରେ କାମ କରିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଚର୍ଚ୍ଚା ହେଉଛି ଯେ ପ୍ରିୟଙ୍କା ଫିଲ୍ମ ଭାରତ ପରି ଶେଷ ସମୟରେ ଏହି ଫିଲ୍ମକୁ ଛାଡି ଦେଇଛନ୍ତି ।

ଅଭିନେତ୍ରୀ ଏପରି କରିବା ଫଳରେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଖବର ଅନୁସରେ ଭଂସାଲୀ ପ୍ରିୟଙ୍କାଙ୍କ ସହ ଏହି ପ୍ରୋଜେକ୍ଟ କରିବା ପାଈଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିଲେ । କିନ୍ତୁ କୁହାଯାଉଛି ଯେ ପ୍ରିୟଙ୍କା ହଲିଉଡ ପ୍ରୋଜେକ୍ଟ Cowboy Ninja Viking ପାଈଁ ଭଂସାଲୀଙ୍କ ଫିଲ୍ମକୁ ସାଇନ କରିବା ପାଇଁ ମନା କରି ଦେଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More