Only for Entertainment

ସୁଟିଂ ସେଟରେ ଦେଖିବାକୁ ମିଳିଲା ଅମ୍ଳାନ ଓ ଜ୍ୟୋତିଙ୍କ ଦୋସ୍ତାନା, ଦେଖନ୍ତୁ ଭିଡିଓ

instagram
62

ଆଗାମୀ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ରେ ଖୁବ ଶୀଘ୍ର ଅଭିନେତା ଅମ୍ଳାନ ଏବଂ ଜ୍ୟୋତିଙ୍କୁ ଏକାଠି ସ୍କ୍ରିନ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହି ଫିଲ୍ମର ଲିଡ୍ ଷ୍ଟାର୍ ଅମ୍ଳାନ ଓ ଜ୍ୟୋତି ନିକଟରେ ସୁଟିଂ ସେଟରେ ମସ୍ତି କରୁଥିବାର ନଜର ଆସିଛନ୍ତି । ବାଇକରେ ବସି ‘ୟେ ଦୋସ୍ତି’ ଗୀତ ଗାଇବାରେ ନଜର ଆସିଛନ୍ତି ଏହି ଦୁଇ ଷ୍ଟାର୍ ।

ଫିଲ୍ମଟିର ସୁଟିଂ ଗୋପାଳପୁର୍ ଠାରେ ଜାରି ରହଥିବା ବେଳେ ସୁଟିଂ ସମୟରେ ବ୍ରେକ୍ ନେଇ ଏହି ଦୁଇ ଆକ୍ଟର୍ କିଛି ଏହିପରି ମସ୍ତି କରିବାରେ ଆସିଛନ୍ତି ନଜର । ଏହି ଭିଡିଓଟିକୁ ଅଭିନେତା ଅମ୍ଲାନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଇଂଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ।

 

View this post on Instagram

 

yeh dosti hum nahin todenge……… #onsets

A post shared by Amlan Das (@amlan0010) on

ଫିଲ୍ମ ‘ଫ୍ରମ ମି ଟୁ ୟୁ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ଅମ୍ଳାନ ଓ ଜ୍ୟୋତିଙ୍କ ବ୍ୟତିତ ନାୟିକା ଭାବେ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ପୋଷ୍ଟର ଦେଖିଲେ ଲାଗୁଛି ଏହା ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ।

 

ରିସ୍ତା ୱେଭ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ସଂଙ୍ଗିତ ନର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରେମ ଆନନ୍ଦ । ଏହାକୁ ପ୍ରଡ୍ୟୁସ କରୁଛନ୍ତି ରାଜେଶ ମହାନ୍ତି । ଖୁବ ଶୀଘ୍ର ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More