Only for Entertainment

କଂଜରିଂ ଭଳି ଭୟାନକ ହେବ କି ଶ୍ରଦ୍ଧା କପୁର ଏବଂ ରାଜ କୁମାର ରାଓଙ୍କ ସ୍ତ୍ରୀ !

zeenews
0 50

ଶ୍ରଦ୍ଧା କପୁର ଏବଂ ରାଜ କୁମାର ରାଓ ଷ୍ଟାରର ଫିଲ୍ମ ସ୍ତ୍ରୀର ଫାଷ୍ଟ ଲୁକ ଆସିିଛି ସାମ୍ନାକୁ । ଫିଲ୍ମର ଫାଷ୍ଟଲୁକରେ ଶ୍ରଦ୍ଧା କପୁର ନନର ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହ ଏହା ପ୍ରଶ୍ନ ଉଠୁଛି ଯେ ଶ୍ରଦ୍ଧାଙ୍କ ଏହି ଫିଲ୍ମରେ ଥିବା ଗେଟଅପ ହଲିଉଡ ଫିଲ୍ମ କଂଜରିଂରୁ ପ୍ରେରିତ ହୋଇନି ତ? କଂଜରିଂ ସିରିଜ ‘ଦ ନନ’ମଧ୍ୟ ରିଲିଜ ହେବାକୁ ଅଛି ଏବଂ ଏଥିରେ ମଧ୍ୟ ଅଭିନେତ୍ରୀଙ୍କ ଗେଟଅପ ସେହିଭଳି ଦେଖିବାକୁ ମିଳିଛି ।

ଯେଉଁମାନେ ଜାଣି ନାହାନ୍ତି ତାଙ୍କୁ ଏଠାରେ କହି ରଖୁଛୁ ଯେ ରାଜକୁମାର ରାଓଙ୍କ ଏହି ଫିଲ୍ମ ଏକ ହରର ଫିଲ୍ମ ଅଟେ । ଯଦିଓ ଏହା ହାର୍ଡ କୋର ହରର ଫିଲ୍ମ ନୁହେଁ ମାତ୍ର ଏହା ହରର କମେଡି ଡ୍ରାମା ଫିଲ୍ମ ଅଟେ । ଏହି ଫିଲ୍ମର ଟିଜର ପୂର୍ବରୁ ଜାରି କରାଯାଇଥିଲା । ଟିଜରରେ ମଧ୍ୟ ଫିଲ୍ମର କିଛି ହରର ସିନ ଦେଖିବାକୁ ମିଳିଥିଲା ଏବଂ ଏଥିରେ ଲେଖା ଥିଲା ‘ମର୍ଦ କୋ ଦର୍ଦ ହାଗା କ୍ୟୁଁ କି ସ୍ତ୍ରୀ ଆ ରହି ହେ ଅର୍ଥାତ ପୁରୁଷ କଷ୍ଟ ହେବ ଏବେ ସ୍ତ୍ରୀ ଆସୁଛି’ । ତେବେ ହୋଇପାରେ ରାଜକୁମାର ରାଓ ଏହି ଫିଲ୍ମରେ ପୀଡିତ ଭୂମିକା ତୁଲାଉଥିବେ ଏବଂ ଶ୍ରଦ୍ଧା କପୁର ଫିଲ୍ମରେ ଭୂତ ଭୂମିକା ତୁଲାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ନିର୍ଦ୍ଧେଶକ ଅଟନ୍ତି ଅମର କୌଶିକ । ଏହି ଫିଲ୍ମ ଅଗଷ୍ଟ ୩ରେ ରିଲିଜ ହେବ । ସ୍ତ୍ରୀ ଫିଲ୍ମ ବ୍ୟତୀତ ଶ୍ରଦ୍ଧା ସାଇନା ନେହବାଲଙ୍କ ବାୟୋପିକରେ ମଧ୍ୟ ନଜର ଆସିବେ । ଏହାବ୍ୟତୀତ ବତି ଗୁଲ ମିଟର ଚାଲୁ, ସାହୋ ମଧ୍ୟ ରହିଛି । ସେହିଭଳି ରାଜକୁମାର ମଧ୍ୟ ଏହି ଫିଲ୍ମ ବ୍ୟତୀତ ଫନେ ଖାନ , ମେଂଟାଲ ହେ କ୍ୟା ଏବଂ ଏକ ଲଡକି କୋ ଦେଖା କୋ ଏସା ଲଗା ଭଳି ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More