Only for Entertainment

ଇଂଷ୍ଟାଗ୍ରାମରେ ପ୍ରିୟଙ୍କା-ଦୀପିକାଙ୍କୁ ପଛରେ ପକାଇ ଶ୍ରଦ୍ଧା ହେଲେ ନମ୍ବର ୱାନ ସେଲିବ୍ରିଟି, ଆଲିଆ ଦ୍ୱିତୀୟ ସ୍ଥାନରେ ।

Bollywood Hungama
0 32

ନିଜର ଆଗାମୀ ଫିଲ୍ମ ‘ସ୍ତ୍ରୀ’ ପାଇଁ ଚର୍ଚ୍ଚାରେ ରହିଥିବା ଆଶିକି-୨ ଗର୍ଲ ଶ୍ରଦ୍ଧା କପୁର ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଅନୁସାରେ ଇଂଷ୍ଟାଗ୍ରାମର ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ବନିଯାଇଛନ୍ତି । ଏହା ପ୍ରଥମଥର ହୋଇଛି ଶ୍ରଦ୍ଧା, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ଏବଂ ଦୀପିକା ପାଦୁକୋନଙ୍କ ପରି ଅଭିନେତ୍ରୀଙ୍କୁ ପଛରେ ପକାଇ ଇଂଷ୍ଟାଗ୍ରାମରେ ନମ୍ବର ଏକ ସ୍ଥାନ ହାସିଲ କରିଛନ୍ତି ।

ଏହି ତାଲିକା ୟୁଏସର ମିଡିଆ କମ୍ପାନୀ ସ୍କୋର ଟ୍ରେଣ୍ଡସ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶ୍ରଦ୍ଧା କପୁର ୧୦୦ ଅଙ୍କ ସହିତ ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା ବେଳେ ୮୫ ଅଙ୍କ ସହିତ ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦୀପିକା ୬୮ ଅଙ୍କ ସହିତ ତୃତୀୟ ସ୍ଥାନରେ ଥିବା ବେଳେ ୬୬ ଅଙ୍କ ସହିତ ପ୍ରିୟଙ୍କା ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଅଭିନେତ୍ରୀ ସୋନମ କପୁର ୫୯ ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

rank

ସ୍କୋର ଟ୍ରେଣ୍ଡସର ଇଣ୍ଡିଆର ସହ- ସଂସ୍ଥାପକ ଅଶ୍ୱନୀ କୋଲଙ୍କ କହିବା ଅନୁସାରେ ଗୋଟିଏ ମାସ ମଧ୍ୟରେ ଶ୍ରଦ୍ଧା ସପ୍ତମ ସ୍ଥାନରୁ ନମ୍ବର ଏକ ସ୍ଥାନରେ ପହଁଚିଛନ୍ତି । ଯାହା ଏକ ଉଲ୍ଲେଖନୀୟ କଥା ।

ବର୍ତ୍ତମାନ ନିଜର ଦୁଇଟି ଫିଲ୍ମ ସ୍ତ୍ରୀ ଏବଂ ବତ୍ତି ଗୁଲ ମିଟର ଚାଲୁର ପ୍ରମୋଶନରେ ବ୍ୟସ୍ତ ଥିବା ଶ୍ରଦ୍ଧା ଇଂଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରହିଥାନ୍ତି । ପ୍ରମୋଶନର ଫଟୋ ସହିତ ସେ ନିଜ ପରିବାର ସହିତ ସ୍ପେଶାଲ ମୁମେଣ୍ଟର ଫଟୋକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ଶ୍ରଦ୍ଧା ସେୟାର କରୁଥିବା ଫଟୋକୁ ତାଙ୍କ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏହି ର୍ୟାଙ୍କ ୧୪ ଭାରତୀୟ ଭାଷାରେ ଉପଲବ୍ଧ ୬୦୦ ନ୍ୟୁଜ ସୂତ୍ରକୁ ଅନୁସରଣ କରି ପ୍ରସ୍ତୁତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More