Only for Entertainment

‘କଫି ୱିଥ କରଣ ୬’କୁ ଆସିବା ପାଇଁ ଡରୁଛନ୍ତି କି ଶ୍ରଦ୍ଧା କପୁର ? ଜାଣନ୍ତୁ ଏହା ପଛର କାରଣ ।

Bollywood Hungama
26

ଷ୍ଟାର ୱାଲ୍ଡରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରଣ’ର ଏବେ ଷଷ୍ଠ ସିଜିନ ପ୍ରସାରିତ ହେଉଛି । ଏହି ଶୋ’ରେ ଗେଷ୍ଟମାନଙ୍କ ସହିତ ହସ ମଜାକ କରି କରଣ ତାଙ୍କ ବିଷୟରେ ଅନେକ ରାଜର ଖୁଲାସା ମଧ୍ୟ କରିଥାନ୍ତି । ତେବେ କରଣଙ୍କ ଏହି ଅନ୍ଦାଜ ପାଇଁ ‘ସ୍ତ୍ରୀ’ ଷ୍ଟାରର ଶ୍ରଦ୍ଧା କପୁର ଶୋ’ କୁ ଯିବା ପାଇଁ ବୋଧେ ଚାହୁଁନାହାଁନ୍ତି ।

Shraddha-Karan-Farhan

ନିକଟରେ ପ୍ରସାରିତ ହୋଇଥିବା ଏକ ଏପିସୋଡରେ ଆମିର ଖାନ ଗେଷ୍ଟ ଭାବେ ଯୋଗ ଦେଇଥିଲେ । ଏହି ଏପିସୋଡରେ ମଲାଇକା ଅରୋରାଙ୍କ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଏପିସୋଡରେ କରଣ ଥଟ୍ଟା ମଜାରେ ମଲାଇକା ଏବଂ ଅର୍ଜୁନଙ୍କ ବିବାହ ଆଡକୁ ମଧ୍ୟ ଇସାରା କରିଥିଲେ । କେବଳ ଏତିକି ନୁହେଁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ରେ ମଧ୍ୟ ସେ ଅର୍ଜୁନଙ୍କ ଆଡକୁ ଇଶାରା କରି ଜନ୍ମଦିନ ଛୁଟି କାହା ସହିତ ବିତାଇଥିଲ ବୋଲି ମଲାଇକାଙ୍କୁ ପ୍ରଶ୍ନ କରିଥିଲେ । ଏପରି ସ୍ଥିତିରେ ଶ୍ରଦ୍ଧାଙ୍କୁ ‘କଫି ୱିଥ କରଣ’ର ଅଂଶ ହେବାକୁ ଅଫର ମିଳିବାରୁ ସେ ବିନମ୍ର ସହିତ ମାନା କରି ଦେଇଛନ୍ତି ।

ଏଣ୍ଟରଟେନମେଣ୍ଟ ପୋର୍ଟଲ ସ୍ପଟବୟର ରିପୋର୍ଟ ଅନୁସାରେ, ଶ୍ରଦ୍ଧା ନିଜର ବ୍ୟକ୍ତିଗତ କଥାକୁ କ୍ୟାମେରା ସମ୍ନାକୁ ଆଣିବାକୁ ଚାହୁଁନାହାଁନ୍ତି । ତେଣୁ ସେ ବିନମ୍ର ସହିତ ଏହି ଶୋ ଠାରୁ ଦୂରରେ ରହିବାର ନିର୍ଣ୍ଣୟ କରଣ ଜୋହରକୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More