Only for Entertainment

ମାଗାଜିନରେ ଛାଇଲା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯାଦୁ, ଗ୍ଲାମର ମାଗାଜିନ କସମୋପଲିଟାନ ଇଣ୍ଡିଆର କଭର ପେଜରେ ଦେଖିବାକୁ ମିଳିଲା ସାହୋ ସୁନ୍ଦରୀଙ୍କ ଜଲୱା !

44

ମାଗାଜିନରେ ଛାଇଲା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯାଦୁ । ଗ୍ଲାମର ମାଗାଜିନ କସମୋପଲିଟାନ ଇଣ୍ଡିଆର କଭର ପେଜରେ ଦେଖିବାକୁ ମିଳିଲା ସାହୋ ସୁନ୍ଦରୀଙ୍କ ଜଲୱା । ଗୋଲାପି ରଙ୍ଗର ସର୍ଟ ଡ୍ରେସ ପରିଧାନ କରି ଶ୍ରଦ୍ଧା କପୁର ପରଶିଲେ ନିଜ ଷ୍ଟାଇଲ । ଯାହା ମାଗାଜିନର ଚାହିଦାକୁ ଦ୍ୱିଗୁଣିତ କରିଦେଇଛି । ଭଳି କି ଭଳି ମଡର୍ଣ୍ଣ ପୋଷାକରେ ଶ୍ରଦ୍ଧାଙ୍କ ଆକର୍ଷଣୀୟ ଫଟୋ ସବୁ ସ୍ଥାନ ପାଇଛି କସମୋପଲିଟାନ ଇଣ୍ଡିଆର ନଭେମ୍ବର ମାସ ସଂସ୍କରଣରେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତେବେ ଶ୍ରଦ୍ଧାଙ୍କୁ ଖୁବଶୀଘ୍ର ଆଗାମୀ ଡ୍ୟାନ୍ସ ଫିଲ୍ମ ‘ଷ୍ଟ୍ରୀଟ ଡ୍ୟାନ୍ସର ଥ୍ରୀ’ରେ ଦେଖିବାକୁ ମିଳିବ । ଚଳିତ ବର୍ଷ ରିଲିଜ ହୋଇଥିବା ବାଇ-ଲିଙ୍ଗୁଆଲ ସିନେମା ‘ସାହୋ’ରେ ଶ୍ରଦ୍ଧା ଜବରଦସ୍ତ ଅଭିନୟ ପରସି ଦର୍ଶକଙ୍କ ମନ ଜିତି ନେଇଥିଲେ । ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ଏହି ସୁନ୍ଦରୀ ।


ଡ୍ରାମା, ଡ୍ୟାନ୍ସ, ରୋମାନ୍ସ ସହ ଶ୍ରଦ୍ଧା କପୁରଙ୍କ ଭରପୁର ଆକ୍ସନ ବି ଦେଖିବାକୁ ମିଳିଥିଲା ଏହି ସିନେମାରେ । ତେବେ ଏହି ସିନେମା ପରେ ଶ୍ରଦ୍ଧା ଏବେ ଫ୍ୟାନମାନଙ୍କ ପାଇଁ ଭେଟି ଦେଇଛନ୍ତି ଏହି ଫଟୋସୁଟ । ଯାହା ମାଗାଜିନ ଜରିଆରେ ପହଁଚିପାରିଛି ପ୍ରଶଂସକଙ୍କ ପାଖରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More