Only for Entertainment

ରାଜକୁମାର ରାଓଙ୍କ ସହିତ କାମ କରିବା ସ୍ୱପ୍ନ ପୂରା ହେବା ପରି : ଶ୍ରଦ୍ଧା କପୁର

Mumbai Live
0 39

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ କହିବା ଅନୁସାରେ ରାଜକୁମାରଙ୍କ ସହିତ କାମ କରିବା ତାଙ୍କ ପାଇଁ ସ୍ୱପ୍ନ ପୂରା ହେବା ପରି । ଶ୍ରଦ୍ଧା ବର୍ତ୍ତମାନ ରାଜକୁମାର ରାଓଙ୍କ ସହିତ ଫିଲ୍ମ ‘ସ୍ତ୍ରୀ’ରେ କାମ କରୁଛନ୍ତି । ଖୁବଶୀଘ୍ର ଦୁହିଁଙ୍କୁ ଏହି ଅପକମିଂ ଫିଲ୍ମରେ ଦେଖିବାକୁ ମିଳିବ ।

rao-759

ଶ୍ରଦ୍ଧାଙ୍କ କହିଛନ୍ତି, ପ୍ରଥମଥର ପାଇଁ ମୁଁ କୌଣସି ହରର କମେଡି ଫିଲ୍ମରେ କାମ କରୁଛି । ଏହି ଫିଲ୍ମରେ ରାଜକୁମାରଙ୍କ ପରି ପ୍ରତିଭାବାନ କଳାକାରଙ୍କ ସହିତ କାମ କରିବାର ସୁଯୋଗ ମିଳିଛି । ଏହା ଖୁବ ଭଲ ଅନୁଭୂତି । ତାଙ୍କ ସହିତ କାମ କରିବାର ସ୍ୱପ୍ନ ମୋର ପୂରଣ ହୋଇଛି । ଏହା ସହିତ ଶ୍ରଦ୍ଧା କହିଛନ୍ତି ମୋତେ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି ।

କହିରଖୁଛୁ ଯେ ନିକଟରେ ରିଲିଜ ହୋଇଥିବା ‘ସ୍ତ୍ରୀ’ର ଟିଜରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମକୁ ଅମର କୌଶିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ୩୧ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More