Only for Entertainment

ବରୁଣ ଧୱନଙ୍କ ପରେ ଶ୍ରଦ୍ଧା କପୁରଙ୍କ ସହିତ ନୋରା ଫତେହୀଙ୍କ ସେକ୍ସି ଡ୍ୟାନ୍ସ ମୁଭ, ଭାଇରାଲ ହେଉଛି ଭିଡିଓ-

PINKVILLA
93

ଶ୍ରଦ୍ଧା କପୁର ଏବଂ ନୋରା ଫତେହୀ ଖୁବ ଶୀଘ୍ର ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩’ରେ ଏକା ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ଏବେ ସମସ୍ତ କଳାକାର ଖୁବ ବ୍ୟସ୍ତ । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା କପୁର ଏବଂ ନୋରା ଫତେହୀଙ୍କୁ ଖୁବ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳିଛି । ଭିଡିଓରେ ନୋରା, ଶ୍ରଦ୍ଧାଙ୍କୁ ବେଲି ଡ୍ୟାନ୍ସ ଟିପ୍ସ ଶିଖାଉଥିବାର ନଜର ଆସିଛନ୍ତି ।

 

ଭିଡିଓରେ ଦୁହେଁ ନୋରାଙ୍କ ଫେମ ଓ ସଙ୍ଗ ଦିଲବରରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଦୁହିଁଙ୍କ ଏହି ମଜାଦାର ଡ୍ୟାନ୍ସ ତାଙ୍କ ଫ୍ୟା ନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଏହା ପୂର୍ବରୁ ମଧ୍ୟ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଶ୍ରଦ୍ଧା ଏବଂ ନୋରା ଫେସଅପ କରୁଥିବାର ନଜର ଆସିଥିଲେ । ଏହି ଭିଡିଓକୁ ରେମୋ ଡିସୁଜା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।

ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ୩’ ବିଷ ୟରେ କହିବାକୁ ଗଲେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରେମୋ ଡିସୁଜା । ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ନୋରା ଫତେହୀଙ୍କ ବ୍ୟାତିତ ବରୁଣ ଧୱନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More