Only for Entertainment

ବୃଦ୍ଧା ମହିଳାଙ୍କୁ ସାମ୍ନାରେ ଦେଖି ‘ବାହୁବଲୀ’ଙ୍କ ହିରୋଇନ ଯୋଡିଲେ ହାତ, ଭିଡିଓ ହେଲା ଭାଇରାଲ !

Amar Ujala
0 102

ଶ୍ରଦ୍ଧା କପୁର କିଛି ଦିନ ହେବ ‘ବାହୁବଲୀ’ଙ୍କ ସହ ଫିଲ୍ମ ‘ସାହୋ’ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଶ୍ରଦ୍ଧାଙ୍କ ପ୍ରଥମ ତେଲୁଗୁ ଫିଲ୍ମ ଅଟେ । ‘ସାହୋ’ବ୍ୟତୀତ ଶ୍ରଦ୍ଧା କପୁରଙ୍କ ପାଖରେ ଆଉ ଏକ ଫିଲ୍ମ ‘ସ୍ତ୍ରୀ’ମଧ୍ୟ ଅଛି । ଶ୍ରଦ୍ଧାଙ୍କୁ ଏବେ ମୁମ୍ବାଇରେ ସ୍ପଟ କରାଯାଇଛି । ଏହାମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା କୌଣସି ଏକ ଦୋକାନରୁ ବାହାରୁଥିବା ନଜର ଆସିଛନ୍ତି । ବାହାରକୁ ଆସିବା ପରେ ପ୍ରଶଂସକ ମାନେ ତାଙ୍କୁ ଘେରି ନେଇଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରୁ ଜଣେ ବୃଦ୍ଧା ମହିଳା ମଧ୍ୟ ନଜର ଆସିଛନ୍ତି ।

She is so sweet #shraddhakapoor ?????

A post shared by Viral Bhayani (@viralbhayani) on

ଶ୍ରଦ୍ଧା ବୃଦ୍ଧା ମହିଳାଙ୍କୁ ଦେଖି ଚହାତ ଯୋଡି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ହସିଛନ୍ତି । ଏହାପରେ ସେ ନିଜ କାର ଆଡକୁ ଚାଲି ଯାଇଛନ୍ତି । ଏବେ ଶ୍ରଦ୍ଧାଙ୍କର ଏହି ଭିଡିଓ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି ।

ଶ୍ରଦ୍ଧାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ୟୁଜର୍ସ ଏହି ଭିଡିଓକୁ ଖୁବ ପସନ୍ଦ କରିଛନ୍ତି ଏବଂ ଶ୍ରଦ୍ଧାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । କେହି କହିଛନ୍ତି ଶ୍ରଦ୍ଧା ଭୂମିରେ ବଢିଥିବା ମଣିଶ ତ କେହି ପ୍ରଶଂସାରେ କହିଛନ୍ତି ଯେ ଏହା ତାଙ୍କର ସଂସ୍କାର ଅଟେ । ଏଠାରେ ଆମେ କହି ରଖୁଛୁ ଯେ, ଶ୍ରଦ୍ଧା ତାଙ୍କର ଫିଲ୍ମ କ୍ୟାରିୟର ତିନ ପତିରୁ ଆରମ୍ଭ କରିଥିଲେ । ଏହାପରେ ଆଶିକି-୨ରେ ଅଭିନୟ କରିଥିଲେ ଏବଂ ଫିଲ୍ମ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More