Only for Entertainment

ବାଗୀ୩’ର ସୁଟିଂ ଛାଡି ପିଜ୍ଜା ଖାଇବା ପାଇଁ ଦୌଡିଲେ ଶ୍ରଦ୍ଧା କପୂର, ଭିଡିଓ ଭାଇରାଲ !

19

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ଫିଲ୍ମ ବାଗୀ୩’ର ସୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ସର୍ବିୟାରେ ହେଉଛି । ବାଗୀ୩’ ସୁଟିଂ ସେଟରେ ଶ୍ରଦ୍ଧା କପୂର ଖୁବ ଏଂଜୟ ମଧ୍ୟ କରୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ପିଜ୍ଜା ଖାଉଥିବାର ନଜର ଆସିଛନ୍ତି । ଖାସକଥା ହେଉଛି ଏହି ଭିଡିଓରେ ଶ୍ରଦ୍ଧା ଲେଖିଛନ୍ତି –‘ଅସଲି ଭୁଖେ’ ।

ସାଜିଦ ନଡିଆଡୱାଲାଙ୍କ ନଡିଆଡବାଲା ଗ୍ରାଣ୍ଡସନ ଏଂଟରଟେନମେଂଟ ବ୍ୟାନର ତଳେ ନିର୍ମିତ ହେଉଥିବା ‘ବାଗୀ୩’ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ୱାରା ସହ-ନିର୍ମିତ ଏବଂ ଅହମଦ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଫିଲ୍ମରେ ଟାଇଗର ଶ୍ରଫ କେବେ ନକରିଥିବା ଷ୍ଟଂଟ କରୁଥିବାର ନଜର ଆସିବେ । ଖବର ମୁତାବକ ଏଥର କେବଳ ଟାଇଗର ହିଁ ନୁହଁନ୍ତି ବରଂ ଶ୍ରଦ୍ଧା ମଧ୍ୟ ଖତରନାକ ଷ୍ଟଂଟ କରୁଥିବାର ନଜର ଆସିବେ । ଫିଲ୍ମ ୬ମାର୍ଚ୍ଚ ୨୦୨୦ରେ ରିଲିଜ ହେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More