Only for Entertainment

ବଡ ପରଦାରେ ଦେଖିବାକୁ ମିଳିବ ଏହି ନୂଆ ଯୋଡିଙ୍କୁ ।

DNA India
0 40

ପୂର୍ବରୁ ଅଭିନେତା ଶ୍ରଦ୍ଧା କପୁର ବଲିଉଡର ଅନ୍ୟ ଅଭିନେତାଙ୍କ ସହ ସଫଳ ଭାବେ ଅଭିନୟ କରିସାରିଛନ୍ତି । ଏବେ ଅଭିନେତ୍ରୀ ଶ୍ରଦ୍ଧା ପ୍ରଥମ ଥର ପାଇଁ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ନଜର ଆସିବେ । ଏହା ପୂର୍ବରୁ କାର୍ତ୍ତିକ ‘ସୋନୁ କି ଟିଟୁ କି ସ୍ୱିଟି’ରେ ଅଭିନୟ କରିଥିଲେ । ଫିଲ୍ମର ସଫଳତା ପରେ ଏବେ କାର୍ତ୍ତିକଙ୍କ ଡିମାଣ୍ଡ ବଢିବାକୁ ଲାଗିଛି । ନିର୍ମାତାମାନେ କାର୍ତ୍ତିକଙ୍କୁ ପସନ୍ଦ କରିବା ସହିତ ଫିଲ୍ମରେ ନେବା ପାଇଁ  ଚାହୁଁଛନ୍ତି ।

Kartik-Aaryan-

ଖବର ଅନୁସାରେ ଫିଲ୍ମ ନିର୍ମାତା ଦିନେଶ ବିଜାନ ନିଜର ଆଗାମୀ ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ସାଇନ କରିଛନ୍ତି । ଏହି ଫିଲ୍ମ ଏକ ରୋମାଣ୍ଟିକ କମେଡି ଉପରେ ଆଧାରିତ । ଏହା ପୂର୍ବରୁ ଦିନେଶ ଗତବର୍ଷ ଫିଲ୍ମ ‘ରାବତା’ର ନିର୍ଦ୍ଦେଶନା ଦେଇଥିଲେ ।

kartik-aaryan-shraddha-kapoor-784x441

ଅନ୍ୟପକ୍ଷରେ ପ୍ରଥମ କରି ଏହି ଯୋଡି ପରଦାରେ ଆସୁଥିବାରୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ଟାଇଟଲ  ଏପର୍ଯ୍ୟନ୍ତ ଫାଇନାଲ କରାଯାଇନାହିଁ । ଫିଲ୍ମକୁ ମରାଠୀ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେବେ । ଶ୍ରଦ୍ଧାଙ୍କ ବିଷୟରେ କହିବାକୁ ଗଲେ ସେ ଏବେ ଫିଲ୍ମ ସ୍ତ୍ରୀ ଏବଂ ବତ୍ତି ଗୁଲ ମିଟର ଚାଲୁର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More