Only for Entertainment

ମୁହଁ ଲୁଚାଇ ସ୍କୁଟିରେ ବସି ଯାଉଛନ୍ତି ଶ୍ରଦ୍ଧା କପୁର, ଭାଇରାଲ ହେଉଛି ଭିଡିଓ

Dailyhunt
0 89

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂ ବର୍ତ୍ତମାନ ଉତ୍ତରାଖଣ୍ଡରେ ଚାଲୁଛି । ଶ୍ରଦ୍ଧା ସୁଟିଂ ସେଟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ନିକଟରେ ଶ୍ରଦ୍ଧାଙ୍କର ଜଣେ ପ୍ରଶଂସକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଶ୍ରଦ୍ଦା ଋଷିକେଶରେ ସ୍କୁଟିରେ ବସି ଯାଉଥିବାର ନଜର ଆସିଛନ୍ତି । ଭିଜିଓରେ ଶ୍ରଦ୍ଧା ନିଜ ମୁହଁକୁ ଅଧା ଲୁଚାଇରଖିଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ସେଠାରେ ଖୁବ ଭିଡ ଜମିଛି । ସ୍କୁଟିରେ ଯାଉଥିବା ସମୟରେ ପିତା-ମାତାଙ୍କ ସହିତ ବସିଥିବା ଏକ ଛୋଟ ଛୁଆର ଗାଲକୁ ଛୁଇଁ ଶ୍ରଦ୍ଧା ସେଠାରୁ ଯାଉଛନ୍ତି । ଶ୍ରଦ୍ଧାଙ୍କର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 

#ShraddhaKapoor on the set of #BattiGulMeterChalu at #Rishikesh

A post shared by shraddhaism ~ (@starlight870303) on

ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’କୁ ‘ଟୟଲେଟ ଅକ ପ୍ରେମ କଥା’ର ନିର୍ଦ୍ଦେଶକ ଶ୍ରୀନାରାୟଣ ସିଂ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ଶ୍ରଦ୍ଧାଙ୍କ ସହିତ ଶାହିଦ କପୁର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More