Only for Entertainment

ବଡପରଦାରେ ଛୋଟ ପରଦାର ସୁନ୍ଦରୀ ଶ୍ରଦ୍ଧା ପାଣିଗ୍ରାହି, ଆଗାମୀ ଫିଲ୍ମ ‘ଫର୍ ମି ଟୁ ୟୁ’ରେ ନଜର !

45

ଓଡିଆ ଇଣ୍ଡଷ୍ଟ୍ରୀରେ ନିଜ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଛୋଟ ପରଦାର ସୁନ୍ଦରୀ ଶ୍ରଦ୍ଧା ପାଣିଗ୍ରାହି । ଅନେକ ଧାରାବାହିକରେ ନିଜ ଜବରଦସ୍ତ ଅଭିନୟ ପରଶି ଓଡିଶାର ଘରେ ଘରେ ଲୋକପ୍ରିୟ ହୋଇଥିବା ଏହି ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଫର୍ ମି ଟୁ ୟୁ’ରେ । ଯାହାର ସୁଟିଂ ଏବେ ଜାରି ରହିଛି । ଏହି ସିନେମାରେ ଦୁଇ ଦୁଇ ଜଣ ନାୟକ ଅମ୍ଳାନ ଓ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଶ୍ରଦ୍ଧା ।

ରିୟାଲିଟି ଶୋ’ ମିଠା ମିଠା ଯୋଡିର ବିଜେତା ହୋଇ ପ୍ରଥମ ସିନେମା ‘ମିଠା ମିଠା’ ଜରିଆରେ ଅଭିନୟରେ କରିଥିଲେ ଏଂଟ୍ରି । ଏହାପରେ ଅନେକ ଧାରାବାହିକରେ ଲିଡ୍ ନାୟିକା ଭାବେ ଶ୍ରଦ୍ଧା ଦେଖାଇଲେ ନିଜ ଅଭିନୟର ଯାଦୁ । ଆଉ ମେଗା ସିରିଏଲ୍ ଜରିଆରେ ସେ ଓଡିଶାର ଘରେ ଘରେ ହୋଇଗଲେ ପରିଚିତ । କେବଳ ସେତିକି ନୁହେଁ, ଅନେକ ମ୍ୟୁଜିକ୍ ଭିଡିଓ ଆଲବମରେ ବି ଦେଖିବାକୁ ମିଳିଲା ଶ୍ରଦ୍ଧାଙ୍କ ଅଭିନୟର ଯାଦୁ ।

 

ନିଜ ଷ୍ଟାଇଲ୍ ଓ ବିୟୁଟିରେ ଏହି ସୁନ୍ଦରୀ ଓଡିଆ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଯାହା ଫଳରେ ଏବେ ଶ୍ରଦ୍ଧାଙ୍କୁ ମିଳିଛି, ବଡ ପରଦାରେ ନିଜ ଅଭିନୟ ଦେଖାଇବାର ସୁଯୋଗ । ଟ୍ରାଙ୍ଗୁଲାର୍ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ‘ଫର୍ ମି ଟୁ ୟୁ’ରେ ଶ୍ରଦ୍ଧା ପାଣିଗ୍ରାହିଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ସୁଟିଂ ଏବେ ଜୋର୍ ସୋର୍ରେ ଆଗେଇ ଚାଲିଛି ।

ଫିଲ୍ମରେ ଶ୍ରଦ୍ଧାଙ୍କୁ ଦୁଇ ଦୁଇ ଜଣ ନାୟକଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିବ । ଜ୍ୟୋତି ଓ ଅମ୍ଳାନ । ରିସ୍ତା ୱେଭ୍ସ୍ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ, ସ୍କ୍ରିନପ୍ଲେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହେମନ୍ତ ସାହୁ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇବେ ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମ୍ ଆନନ୍ଦ । ସିନେମାଟି ଖୁବଶୀଘ୍ର ପରଦାକୁ ଆସିବ । ଆଉ ଏହାସହ ବଡ ପରଦାରେ ଦେଖିବାକୁ ମିଳିବ ଶ୍ରଦ୍ଧାଙ୍କ ଅଭିନୟର ଯାଦୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More