Only for Entertainment

‘ଚିଟ ଇଣ୍ଡିଆ’ : ଇମ୍ରାନ ହାଶମୀଙ୍କ ସହିତ ଭାରତର ଏଜୁକେସନ ସିଷ୍ଟମର ପୋଲ୍ ଖୋଲିବେ ଏହି ଅଭିନେତ୍ରୀ ।

zee news
0 36

ବଲିଉଡ ଅଭିନେତା ଇମ୍ରାନ ହାଶମୀଙ୍କ ଫିଲ୍ମ ‘ଚିଟ୍ ଇଣ୍ଡିଆ’ ଚଳିତ ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛି । ଶେଷ ଥର ପାଇଁ ବାଦଶାହୋରେ ନଜର ଆସିଥିବା ଇମ୍ରାନ ହାଶମୀ ଖୁବଶୀଘ୍ର ଫିଲ୍ମ ‘ଚିଟ ଇଣ୍ଡିଆ’ରେ ନଜର ଆସିବେ । ଫିଲ୍ମର ନିର୍ମାତା ନିକଟରେ ଫିଲ୍ମର ଲିଡ ଅଭିନେତ୍ରୀଙ୍କ ନାମ ମଧ୍ୟ ଘୋଷଣା କରି ଦେଇଛନ୍ତି । ଫିଲ୍ମରେ ଇମ୍ରାନ ହାଶମୀଙ୍କ ବିପକ୍ଷରେ ଶ୍ରେୟା ଘନବନ୍ତରୀ ନଜର ଆସିବେ ।

କହିରଖୁଛୁ ଯେ ଏହା ପୂର୍ବରୁ ଶ୍ରେୟା ଅନେକ ବିଜ୍ଞାପନ ଏବଂ ୱେବ ସିରିଜରେ କାମ କରିସାରିଛନ୍ତି । ୧୦ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଷ୍ଟ୍ରଗଲ କରିବା ପରେ ତାଙ୍କୁ ବଡ ପରଦାରେ ବ୍ରେକ ମିଳିଛି ।


ଟ୍ରେଡ ଆନାଲିଷ୍ଟ କୋମଲ ନାହଟା ଟ୍ୱିଟ କରି ଫିଲ୍ମରେ ଶ୍ରେୟାଙ୍କୁ ସାଇନ କରିବା ବିଷୟରେ ସୂଚନା ଦେଇଥିଲେ । ଟ୍ୱିଟ କରି ସେ ଲେଖିଥିଲେ ଟ୍ୟାଲେଣ୍ଟେଡ ଏବଂ ସୁନ୍ଦର ଶ୍ରେୟା ଘନବନ୍ତରୀ ‘ଚିଟ ଇଣ୍ଡିଆ’ ପାଇଁ ପ୍ରସ୍ତୁତ । ଫିଲ୍ମରେ ଲିଡ ଅଭିନେତ୍ରୀ ପାଇଁ ତାଙ୍କୁ ସାଇନ କରାଯାଇଛି ।

କହିରଖୁଛୁ ଯେ ଫିଲ୍ମ ଚିଟ ଇଣ୍ଡିଆରେ ଭାରତର ଏଜୁକେସନ ସିଷ୍ଟମକୁ ଦର୍ଶାଯିବ । ଏଜୁକେସନ ନାମରେ ହୋଉଥିବା କରପସନ ବିଷୟରେ ଫିଲ୍ମରେ ଦେଖିବାକୁ ମିଳିବ । ଟି ସିରିଜ ଏବଂ ଏଲିପ୍ସିସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ଏହି ଫିଲ୍ମର ନିର୍ମାଣ କରୁଛନ୍ତି । ଫିଲ୍ମ ଆଗାମୀ ବର୍ଷ ଫେବୃୟାରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More