Only for Entertainment

ପ୍ରଥମ ଥର ଏହି ଅପକମିଂ ୱେବସିରିଜ ପାଇଁ ଗୀତ ଗାଇଲେ ଶ୍ରେୟା ଘୋଷାଲ ।

Radioandmusic.com
41

ବଲିଉଡରେ କେତେକ ସ୍ମରଣୀୟ ଫିଲ୍ମ ପାଇଁ କଣ୍ଠଦାନ କରିଥିବା ସୁନ୍ଦରୀ ଶ୍ରେୟା ଘୋଷାଲ ପ୍ରଥମ ଥର ପାଇଁ ନିକଟରେ ଏକ ୱେବ ସିରିଜ ପାଇଁ ଗୀତ ଗାଇଛନ୍ତି । ଯାହାର ଅନୁଭୂତିକୁ ସେ ରୋମାଂଚକର ସୁଯୋଗ ଏବଂ ସୁନ୍ଦର ମୁହୂର୍ତ୍ତ ବୋଲି ବ୍ୟାଖା କରିଛନ୍ତି । ଖବର ଅନୁସାରେ ସେ ଆଗାମୀ ୱେବସିରିଜ ‘ବ୍ରୋକେନ’ ପାଇଁ ଗୀତ ଗାଇଛନ୍ତି । ଯେଉଁଥିରେ ବିକ୍ରାନ୍ତ ମାସି ଏବଂ ହାର୍ଲିନ ସେଠୀ ନଜର ଆସିବେ ।ଏହି ମ୍ୟୁଜିକଲ ମ୍ୟାଜିକ ଶୋ’ରେ ସଂଯୋଗ ହେବ ତିନୋଟି ଅରିଜିନାଲ ଗୀତ,ଯାହା ଦୁଇଟି ଭଙ୍ଗା ହୃଦୟକୁ ଯୋଡ଼ି ଦେବ ।

ଶ୍ରେୟା ପପୁଲାର ଗାୟକ ଦେବ ନେଗିଙ୍କ ସହିତ ‘ୟେ କ୍ୟା ହୁଆ’ ଗୀତ ଗାଇଛନ୍ତି ।ଏହି ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ।ଏହାକୁ ବ୍ୟାକଗ୍ରାଉଣ୍ଡ ସ୍କୋର ଭାବରେ ଶୋ’ରେ ବ୍ୟବହାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More