Only for Entertainment

ସରକାରଙ୍କ ସେବାରେ ଶ୍ରେୟସ ତଲପଡେ ! ଜାଣନ୍ତୁ କ’ଣ ରହିଛି କାରଣ …

zee news
21

ଯଦି ଆପଣ ଭାବୁଥିବା ଶ୍ରେୟସ ତଲପଡେ କୌଣସି ସରକାରୀ ଚାକିରି ଜଏନ କରିବାକୁ ଯାଉଛନ୍ତି କିମ୍ବା କୌଣସି ନିର୍ବାଚନ ଲଢିବାକୁ ଯାଉଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଶ୍ରେୟସ ‘ସରକାର କି ସେବା’ରେ ଯୋଡି ହୋଇଛନ୍ତି ସତ କିନ୍ତୁ ଏହା ତାଙ୍କ ଆଗାମୀ ଫିଲ୍ମର ନାମ । ଏହି ଫିଲ୍ମ ଜରିଆରେ ଶ୍ରେୟସ ପୁଣିଥରେ ନିର୍ଦ୍ଦେଶନା ଦୁନିିଆକୁ ଫେରୁଛନ୍ତି ।

ବଲିଉଡ ଅଭିନେତା ଶ୍ରେୟସ ତଲପଡେ ଫିଲ୍ମ ‘ପୋଷ୍ଟର ବଏଜ’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ ଏବେ ପୁଣିଥରେ ସେ ନିର୍ଦ୍ଦେଶକ ଭାବେ ପରଦାକୁ ଫେରିଥିଲେ । ଶ୍ରେୟସ ସତ ଘଟଣା ଉପରେ ଆଧାରିତ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମର ନାମ ରହିଛି ‘ସରକାର କି ସେବା ମେଁ’ ।

ଫିଲ୍ମର ସୁଟିଂ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଏବଂ ପୂରା ଭାରତରେ ଏହାର ସୁଟିଂ କରାଯିବ । ଶ୍ରେୟସ ବ୍ୟତିତ ଫିଲ୍ମରେ ଶ୍ରଦ୍ଧା ଜାୟସୱାଲା, ସୁଧୀର ପାଣ୍ଡେ, ବୃଜେନ୍ଦ୍ର କାଲା ଏବଂ ସୁଶୀଲ ସିଂ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ହରିହରଣ ଅୟରଙ୍କ ସୈଶ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ଏବଂ ରାଜ ଭଟ୍ଟାଚାଯ ର୍୍ୟଙ୍କ ଓମ ସାଇ ରାଜ ଫିଲ୍ମସ ସହଯୋଗରେ ନିର୍ମାଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More