Only for Entertainment

ଲୁଚି ଲୁଚି ବିବାହ କଲେ ଅଜୟଙ୍କ ଏହି ନାୟିକା

Free Desktop Wallpapers
0 120

ଭଭୟ ଦକ୍ଷିଣ ଭାରତୀୟ ଓ ବଲିଉଡ ଅଭିନେତ୍ରୀ ଶ୍ରୀୟା ସରନ ନିକଟରେ ତାଙ୍କ ରୁଷୀୟ ବୟଫ୍ରେଣ୍ଡ ଏଣ୍ଡ୍ରୋ କୋସଚିବଙ୍କ ସହିତ ବିବାହ କରିଛନ୍ତି । ତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିଲେ ମଧ୍ୟ ଚର୍ଚ୍ଚା ଦେଉଛି କି ଗତ ୧୨ ତାରିଖରେ ମୁମ୍ବାଇର ଲୋଖଣ୍ଡୱାଲ ସ୍ଥିତ ଶ୍ରୀୟାଙ୍କ ଘରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ବିବାହ ଉତ୍ସବରେ ପରିବାରର ନିକଟ ସମ୍ପର୍କୀୟ ଏବଂ ବନ୍ଧୁ ଉପସ୍ଥିତ ଥିଲେ । ବଲିଉଡ ଅଭିନେତ୍ରୀ ସବାନା ଆଜମୀ ଓ ଅଭିନେତା ମନୋଜ ବାଜପେୟୀ ଏହି ବିବାହରେ ଯୋଗ ଦେଇଥିଲେ ।

shriya

ସୂଚନା ଅନୁସାରେ ଶ୍ରୀୟାଙ୍କ ସ୍ୱମୀ ଏଣ୍ଡ୍ରୋ ଜାତୀୟ ସ୍ତରର ଟେନିସ ଖେଳାଳି । ଉଭୟଙ୍କ ମଧ୍ୟରେ ଲମ୍ବ ସମୟ ଧରି ପ୍ରେମ ସମ୍ପର୍କ ଥିଲା । କିଛି ଦିନ ପୂର୍ବରୁ ସୂଚନା ମିଳିଥିଲା ଉଭୟଙ୍କ ବିବାହ ଉଦୟପୁରରେ ଅନୁଷ୍ଠିତ ହେବ । କିନ୍ତୁ ଏହି ଖବରକୁ ଶ୍ରୀୟା କେବଳ ଗୁଜବ ବୋଲି କହିଥିଲେ ।

ଶ୍ରୀୟା ଫିଲ୍ମ ‘ଦୃଶ୍ୟମ’ରେ ଅଜୟ ଦେବଗନଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ୨୦୦୩ରେ ଫିଲ୍ମ ‘ତୁଝେ ମେରି କସମ’ରେ ବଲିଉଡ ଡେବ୍ୟ କରିଥିଲେ । ଏହାପରେ ସେ ‘ଆୱାରପନ’, ‘ଶୁକ୍ରିୟା’ ପରି ହିନ୍ଦୀ ଫିଲ୍ମରେ ନଜର ଆସିଥଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More