Only for Entertainment

ଫିଲ୍ମ ବଦଲା’ର ନୂଆ ପୋଷ୍ଟର ରିଲିଜ , ଶାହରୁଖ ଶେୟାର କରି କହିଛନ୍ତି ଏଭଳି କିଛି !

30

ଫିଲ୍ମ ରିଲିଜ ହେବାକୁ ଆଉ କିଛି ଦିନ ହେବ ବାକି ଅଛି ଏବଂ ଏହି ସମୟରେ ଆଗାମୀ କ୍ରାଇମ ଥ୍ରିଲର ଫିଲ୍ମ ବଦଲାର ନିର୍ମାତା ଶାହରୁଖ ଖାନ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ କରିଛନ୍ତି ।
ପୋଷ୍ଟରରେ ନାୟକ ଅମିତାଭ ବଚ୍ଚନ ଏକ କାର ସାମ୍ନାରେ ଛିିଡା ହୋଇଥିବା ନଜର ଆସିଛନ୍ତି । ଏହି ଦୃଶ୍ୟ ଦେଖି ଜଣା ପଡୁଛି ଯେ କେହି ଅନ୍ୟ ବ୍ୟକ୍ତି ତାଙ୍କୁ କାର ଭିତରୁ ନଜର ରଖିଛି ।

ଫିଲ୍ମରେ କିଛି ରୋମାଂଚକର ଝଲକ ଶେୟାର କରିବା ପରେ ଏବେ ଶାହରୁଖ ନିଜ ଅଫିସିଆଲ ଟ୍ୱିଟର ଅକାଉଂଟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏବଂ ସେଥିରେ ସେ କ୍ୟାପଶନ ଲେଖିଛନ୍ତି ଯେ , ଯାହା ଦେଖ ଏହା ସତ କିଛି ଯାହା ନ ଦେଖ ଏହା ମିଛ, ତାହା ଜରୁରୀ ନୁହେଁ ।’

ନିକଟରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁଙ୍କ ଫିଲ୍ମରେ ପ୍ରଥମ ଲୁକ ଏବଂ ଟ୍ରେଲର ଦର୍ଶକଙ୍କ ମନରେ ଉତ୍ସାହ ଆଣିଛି । ଦର୍ଶକଙ୍କ ପସନ୍ଦିତା ଫିଲ୍ମ ପିଙ୍କ ପରେ ବଦଲାରେ ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ପୁଣି ଥରେ ଏକାଠି ସ୍କ୍ରିନ ଶେୟାର କରିବେ । ଏହାସହ ମଲୟାଲମ ଅଭିନେତା ଟୋନି ଲ୍ୟୁକଙ୍କର ଏହା ପ୍ରଥମ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More